Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lokanath Rath

Romance Classics Inspirational

4  

Lokanath Rath

Romance Classics Inspirational

ପ୍ରେମରେ ପ୍ରଶ୍ନ

ପ୍ରେମରେ ପ୍ରଶ୍ନ

1 min
360



ବଡ଼ ଅମାନିଆ ଏହି ଅବୁଝା ମନ 

  ପ୍ରଶ୍ନ କରେ ଆଉ କରେ ଅଭିମାନ, 

ଆଶାର ସଳିତା ଜାଳି ଅପେକ୍ଷାରେ ରହେ 

   ଉତ୍ତରର ପ୍ରତୀକ୍ଷାରେ ବାରମ୍ବାର କରେ ପ୍ରଶ୍ନ |


ବୁଝେ ନାହିଁ ସିଏ ପ୍ରେମର ଭାଷା 

   କିବା ଅବା ବୁଝି ଅବୁଝା ହୁଏ, 

ଜୀବିତ ରଖେ ଉତ୍ତର ପାଇବାର ଆଶା 

   ପ୍ରେମର ରଙ୍ଗରେ ନିଜକୁ ରଙ୍ଗେଈ ଦିଏ |


ଜାଣିଛି ପ୍ରେମ ଅଟେ ସତ୍ୟ, ସୁନ୍ଦର 

  ତଥାପି ସିଏ ପ୍ରଶ୍ନ କରେ ବାରମ୍ବାର, 

ନୀରବତା ତାକୁ ବଡ଼ ବିବ୍ରତ କରେ 

   ସେଥିପାଇଁ ଖୋଜେ ତାର ପ୍ରଶ୍ନର ଉତ୍ତର |


ନୀରବତା ତ ନୁହେଁ କେବେ କାହାର 

  କିନ୍ତୁ କରେ ସିଏ ବଡ଼ ଅତ୍ୟାଚାର, 

ପ୍ରେମରେ ସୃଷ୍ଟି କରେ କେତେ ମନାନ୍ତର 

  ଆଉ କେବେ କରେ ପରସ୍ପରକୁ ଦୂର |


ପ୍ରେମରେ ସୃଷ୍ଟି କରି ଭ୍ରମର ଜୁଆର 

  ବହି ଯାଏ ହୋଇ ଅଶ୍ରୁର ଧାର, 

ବୁକୁରେ ଚାପି ରଖେ କୋହ ଅପାର 

   ହୃଦୟକୁ ଦିଏ ଅନେକ ଦୁଃଖର ପ୍ରହାର |


କେବେ କେବେ ଏହି ପ୍ରେମରେ ପ୍ରଶ୍ନ 

  ପ୍ରେମର ସମ୍ପର୍କରୁ ତିକ୍ତତା କରେ ଦୂର, 

ହୃଦୟକୁ ବାନ୍ଧେ ଏକ ନିବିଡ଼ତାର ଡୋର 

  ସୃଷ୍ଟି କରେ ସୁନ୍ଦର ସଙ୍ଗୀତ, ପ୍ରେମର |


ମନ ଆଉ ହୃଦୟ ହୁଅନ୍ତି ଏକାକାର 

  ବାନ୍ଧେ ତାଙ୍କୁ ଏହି ଅଦୃଶ୍ୟ ଡୋର, 

ପ୍ରେମର ମାଦକତା କରେ ପ୍ରେମୀଙ୍କୁ ବିଭୋର 

  ଲୁଚି ଯାଏ ଭାବ, ପ୍ରଶ୍ନ ଉତ୍ତରର |


ପ୍ରେମର ଉତ୍ପନ୍ନ ହୁଏ କିଛି ପ୍ରଶ୍ନରୁ 

  କିଛି ମିଠା ମିଠା ଅନୁଭବର ସ୍ମୃତିରୁ, 

ପ୍ରଶ୍ନ ବି ଅନ୍ତ କରେ ପ୍ରେମକୁ 

   ବୁଝିବା ବଡ଼ କଷ୍ଟ ପ୍ରେମରେ ପ୍ରଶ୍ନକୁ |



Rate this content
Log in

Similar oriya poem from Romance