Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lokanath Rath

Tragedy Classics Others

4.3  

Lokanath Rath

Tragedy Classics Others

କିଛି କଥା କିଛି ଲୁହ

କିଛି କଥା କିଛି ଲୁହ

1 min
353



କିଛି କଥା କହି ହୁଏ, କିଛି କହି ହୁଏନା

  କିଛି ଲୁହ ବହି ଯାଏ, କିଛି ବହି ପାରେନା, 

କିଛି କଥା ସହି ହୁଏ, କିଛି ସହି ହୁଏନା 

  କିଛି ଲୁହ ଶୁଖି ଯାଏ, କିଛି ଶୁଖି ପାରେନା ।


କିଛି କଥା ଲେଖି ହୁଏ, କିଛି ଲେଖି ହୁଏନା 

  କିଛି ଲୁହ ସହି ହୁଏ, କିଛି ସହି ହୁଏନା, 

କିଛି କଥା ଭୁଲି ହୁଏ, କିଛି ଭୁଲି ହୁଏନା 

  କିଛି ଲୁହ ଦେଖା ଯାଏ, କିଛି ଦେଖି ହୁଏନା ।


କିଛି କଥା ଧରା ହୁଏ, କିଛି ଧରା ପଡ଼େନା 

  କିଛି ଲୁହ କୋହ ହୁଏ, କିଛି ହୋଇ ପାରେନା, 

କିଛି କଥା ମନେ ପଡେ, କିଛି ମନେ ପଡ଼େନା 

  କିଛି ଲୁହ ଲୁଚି ଯାଏ, କିଛି ଲୁଚି ପାରେନା ।


କିଛି କଥା ବାନ୍ଧି ରଖେ, କିଛି ବାନ୍ଧି ପାରେନା 

  କିଛି ଲୁହ ମନେ ପଡେ, କିଛି ମନେ ପଡ଼େନା, 

କିଛି କଥା ବୁଝି ହୁଏ, କିଛି ବୁଝି ହୁଏନା 

  କିଛି ଲୁହ କଥା କହେ, କିଛି କହି ପାରେନା ।


କିଛି କଥା ବଞ୍ଚି ରହେ, କିଛି ବଞ୍ଚି ରୁହେନା 

  କିଛି ଲୁହ ମରି ଯାଏ, କିଛି ମରି ପାରେନା, 

କିଛି କଥା ସାଥୀ ହୁଏ, କିଛି ସାଥୀ ହୁଏନା 

  କିଛି ଲୁହ ଖୁସି ଦିଏ, କିଛି ଦେଇ ପାରେନା ।


    

  


Rate this content
Log in

Similar oriya poem from Tragedy