STORYMIRROR

Jambeswar Dalai

Action

3  

Jambeswar Dalai

Action

ଭୁଲ ବୁଝାମଣା

ଭୁଲ ବୁଝାମଣା

1 min
301

ଜୀବନର ଏହି

ଦୋଛକି ବାଟରେ

      ପାଦ ହେଲା ବାଟବଣା

ଭାଗ୍ୟତ ଏମିତି

ଦୋଷ ନ କରିବି

      ହେଲା ଭୁଲ ବୁଝାମଣା । 


କିବା କଥାରେ ବି

କଥା କଟାକଟି

      ମତାନ୍ତର ମନାନ୍ତର

ଭଲ କଥାରେ ବି

ଭିନ୍ନ ଅର୍ଥ ନେଇ

      ମିଳୁଛି ପ୍ରତି ଉତ୍ତର । 


କାହିଁକି କେଜାଣି

ମଣିଷ ମନରେ

     ଅବିଶ୍ୱାସ ହୁଏ ଜାତ

ସନ୍ଦେହ ହେଉଛି

ବିଷ ମଞ୍ଜିଟିଏ

      ହୃଦୟେ କରୁଛି କ୍ଷତ । 


କାନକୁହା କଥା

ଗୁଜବ ଚୁଗୁଲି

      ତା' ପାଇଁ ପାଣି ପବନ

ଅଙ୍କୁରିତ ପାଇଁ

ମାଟି ହୁଏ ସିନା

       ମଣିଷ ଅଶାନ୍ତ ମନ । 


ଅଶାନ୍ତ ମନରେ

କ୍ରୋଧ ଭରି ରହେ

     ଅଦୃଶ୍ୟ ବିବେକ ପଣ

ଇର୍ଷା କ୍ରୋଧ ହେଲେ

ଜୀବନ ମଧ୍ୟରେ

      ଆସଇ ଝଡ ତୋଫାନ । 


ହସହସ ମୁହଁ

ପ୍ରଫୁଲ୍ଲ ବଦନ

       ବାରଣ ଯେ ପ୍ରତିଶୋଧ

ସହନଶୀଳତା

ନୀରବତା ପଣ 

       କରେ ତାକୁ ପ୍ରତିରୋଧ । 


ଆରମ୍ଭରୁ ଯଦି

ବିଜ୍ଞ ଚାତୁରୀରେ

       ସ୍ମିତହାସ୍ୟ ଟିଏ ଦେଇ

ଅତୁଟ ବିଶ୍ବାସ

ବାର୍ତ୍ତାଳାପେ ତାକୁ

       ପାରିବା ଯଦି ବୂଝାଇ । 


ଦୟା କ୍ଷମା ଶାନ୍ତି

ବାରତା ଦେଇ ଯେ 

        ବଢାଇ ବନ୍ଧୁତା ଭାବ

ଭୁଲ ବୁଝାମଣା

ଅବିଶ୍ୱାସ ଭାବ 

      ଜୀବନେ ଦେଖା ନଦେବ । 



Rate this content
Log in

Similar oriya poem from Action