Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jambeswar Dalai

Children

3.4  

Jambeswar Dalai

Children

ଅଭୁଲା ମୋ ପିଲାଦିନ

ଅଭୁଲା ମୋ ପିଲାଦିନ

1 min
159



ପିଲାଦିନ ମୋର

ପ୍ରତିଟି ସ୍ମୃତି ଯେ

      ଅଭୁଲା ହୋଇ ରହିଛି

ସମୟ ମିଳିଲେ

ଭାବିଲେ ମନରେ

     ଆନନ୍ଦ ଖେଳି ଯାଉଛି ।


ନିସ୍ବାର୍ଥପରତା

ମନର ଭାବନା

      ଜାଗ୍ରତ ନିତି ହୁଅଇ

ସାଙ୍ଗ ସାଥିମେଳେ

ହସ ଖୁସିରେ ଯେ

      ସମୟ ସବୁ ବିତଇ ।


ମିଛି ମିଛିକାରେ

ବୋହୂ ଚୋରି ଖେଳ

      ବାଲିଘର ଗଢିଦେଇ

ଖରାବେଳେ ଟାରେ

ପୋଖରୀ ଗାଧୁଆ

      ଭାରି ମଜା ଲାଗୁଥାଇ ।


ଆମ୍ବତୋଟା ମାଳେ

ଆମ୍ବ ଚଟଣିର

     ନିଆରା ମଜା ହୁଅଇ

ହୋଲି ପରବରେ

ଘରେ ଘରେ ପସି

     ପିଚିକାରୀ ମାରୁଥାଇ ।


କାନ୍ଧରେ ଧରିଣ

ବହି ବସ୍ତାନୀକୁ

     ନିତି ବିଦ୍ୟାଳୟ ଯାଉ

ସଗଡ ବାଟୁଆ

କୋଳିଖାଇ ଆମେ

     ପାଟି ନାଲି କରିଥାଉ ।


ସନ୍ଧ୍ୟା ସମୟରେ

ଆଜା ଆଇ ଠାରେ

       ଗପ ପାଇଁ କରୁ ଅଳି

ପାଠ ପଢା ନେଇ

ବାପା ମାଆ ମଧ୍ୟେ

       ନିଇତି ଲାଗଇ କଳି ।


ଡିବି ଆଲୁଅଯେ

ମିଞ୍ଜି ମଞ୍ଜି ଜଳେ

      ବାରମ୍ବାର ଲିଭାଇଛି

ବହି ପଢୁପଢୁ

ନିଦ ମାଡି ଗଲେ

      ବହି ଉପରେ ଶୋଇଛି ।


ପୂଜା ପାର୍ବଣରେ

ଫୁଲ ଚୋରି କରୁ

      ଏ ବାରି ସେ ବାରି ବୁଲି

ମୋହନା ଅଜାର

ବଙ୍କୁଲୀ ବାଡିକୁ

      ନିତି ମୁଁ ଲୁଚାଉଥିଲି । 


ସାଙ୍ଗ ସାଥି ସଙ୍ଗେ

 ମାଡଗୋଳ ପରା

       ନିଇତି ଯେ କରିଥାଉ

ରାଗ ଅଭିମାନ

ସବୁ ଭୁଲିଯାଇ

       ପୁର୍ନବାର ସାଙ୍ଗ ହେଉ ।


ଗାଆଁ ଦାଣ୍ଡ ଆମ

ଗହଳି ଲାଗଇ 

      ଭୋଜିଭାତ ସବୁ ହେଲେ

ଖେଳିବା ବୁଲିବା

ଏକାଠି ଖାଇବା

       ଭାରି ମଜା ସବୁ ଲାଗେ ।


ପିଲାଦିନ ମୋର

ଅଭୁଲା ହୋଇଛି

       ରହିବ ଅଭୁଲା ହୋଇ

ଆଉ କି ଆସିବ

ଫେରି ପିଲାଦିନ 

      ଏହି ଜୀବନେ ମୋ ପାଇଁ ।


Rate this content
Log in

Similar oriya poem from Children