STORYMIRROR

Jambeswar Dalai

Romance

4  

Jambeswar Dalai

Romance

ପ୍ରିୟା ରୁ ପ୍ରିୟତମା

ପ୍ରିୟା ରୁ ପ୍ରିୟତମା

1 min
314


ଅନାମିକା ନାୟିକା ତୁମେ

ମୋ ହୃଦୟର

ବସା ବାନ୍ଧିଛ ମନ ଓ ପ୍ରାଣରେ

ଅନେକ ଆଶା ଓ ଭରଷା ନେଇ

ନୂତନ ବନ୍ଧନରେ ଆବଦ୍ଧ ହେବାକୁ ........


ନୂଆ ପରିଚୟ ଦେଲ

ମୋ ଅଜାଣତରେ

ଚାରି ଆଡ଼କୁ ମହକାଇ

ଫୁଲ ଫୁଟାଇ ଫଗୁଣର ମଳୟରେ

ଶିହରଣ ଖେଳାଇଛ ମୋ ଭାବନାରେ..... .


ଅଡୁଆ ସୁତାରେ ଖିଅ ଖୋଜୁଖୋଜୁ

ଆଖି ଖୋଲିଲା ବେଳକୁ

ତୁମର ପ୍ରତିଛବି

ଠିକ୍ ମୋନାଲିସା ଭଳି

ଉଦ୍-ଭାସିତ ହେଉଛି ମୋ ମାନସପଟରେ ......


ସ୍ବର୍ଗର ପାରିଜାତ ଆଣିବାକୁ

କୁଣ୍ଠାବୋଧ କରିବିନି କେବେ

ହାତ ପାହାନ୍ତାରେ ସବୁକିଛି

ସହଜ ମୋ ପାଇଁ

ତୁମେ ଥିଲେ ମୋ ପାଶେ ........


ସଂସାରର ସମୟ ଚକ୍ରରେ

ସମସ୍ତେ କରାୟତ,

ପ୍ରିୟାରୁ ପାଲଟିଗଲ ପ୍ରିୟତମା

ଶୋଭା ପାଇଲା ସିନ୍ଦୂର

ତୁମ ମଥାରେ ମୋ ନାମରେ .......


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance