STORYMIRROR

Jambeswar Dalai

Abstract Others

3  

Jambeswar Dalai

Abstract Others

ମୋ ଗାଁ

ମୋ ଗାଁ

1 min
397

ମଫସଲିଆ ତ

ଗାଆଁଟି ମୋହର

     ସହରଠୁ ଭାରି ଦୂର 

ବଣ ପାହାଡ ଯେ

ଘେରି ରହିଅଛି

    ଦିଶେ କେଡେ ମନୋହର । ୧


ଗାଆଁ ଆମ୍ବବଣ

ବିଲ ତୋଟାମାଳ

     ବହୁଛି ଦକ୍ଷିଣା ବାହା

କୁଳୁକୁଳୁ ହୋଇ

ଝରଣା ବହୁଛି

     କି ସୁନ୍ଦର ଦିଶେ ଆହା ।୨


ସରଳ ବିଶ୍ବାସୀ

ଗ୍ରାମ ଅଧିବାସୀ

      ହୋଇ ଭେଦଭାବ ଶୂନ୍ୟ

ଅଛି ଭାଇଚାର 

ସ୍ନେହ ସମ୍ପର୍କର

       ଅତୁଟ ସେତୁ ବନ୍ଧନ ।୩


ସରଗଠୁ ସୁଖ

ଦେଇଛି ଆମକୁ

     ନେଇନି ଆମଠୁ କିଛି

ଗାଆଁ ଚାଟଶାଳୀ

ଭାଗବତ ଟୁଙ୍ଗୀ

      ତାହାଠୁ ବୁଦ୍ଧି ଶିଖିଛି । ୪


ସଞ୍ଜ ସକାଳରେ

ଗାଆଁ ମନ୍ଦିରରେ

      ବାଜୁଛି ଆଳତି ଘଣ୍ଟି

ପରବ ଆସିଲେ

ଗାଆଁ ଦାଣ୍ଡ ମୋର

      ଖୁସିରେ ପଡିବ ଫାଟି । ୫

 

ଗାଆଁଟି ମୋହର

ଅତି ଯେ ସୁନ୍ଦର

      ଦେଇଛି ଜନମ ମୋତେ

ତା' ପାଣି ପବନ

ମୋ ଦେହେ ବହୁଛି

      ଭୁଲିବି ତାକୁ କେମନ୍ତେ ।୬


ତାହାରି କୋଳରେ

ହୋଇଛି ମୁଁ ବଡ

      ପଢିଅଛି ପାଠ ମୁହିଁ 

ବିଦେଶେ ଚାକିରୀ

କରୁଛି ତା' ଯୋଗୁ

     ମୋ ଗାଆଁକୁ ଭୁଲିନାହିଁ ।୭


ମାଆ ହାତରନ୍ଧା

ମନେ ପଡୁଅଛି

     ସାହି ପଡିଶାଙ୍କ ସ୍ନେହ

ଗାଆଁ ଦାଣ୍ଡ ଧୂଳି

ପିଲା ଦିନ ଖେଳ

     ଭାବିଲେ ଆସୁଛି କୋହ ।୮


ଗାଆଁ ପୋଖରୀରେ

ଗାଧୋଇ ପଡିଲେ

    ଲାଗୁଥିଲା ଭାରି ମଜା

ଆମ୍ବ ଚଟଣିକୁ

ଖାଇବାକୁ ଗଲେ

     ଘରେ ପଡୁଥିଲା ଖୋଜା ।୯


କାହିଁକି କେଜାଣି

ଗାଆଁ ମୋର ଆଜି

      ବେଶୀ ମନେ ପଡୁଅଛି

ଜନମ ମାଟିର

ସେନେହ ବନ୍ଧନ

     ହାତଠାରି ଡାକୁଅଛି ।୧୦


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract