Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jambeswar Dalai

Inspirational

4  

Jambeswar Dalai

Inspirational

ଗୁରୁ

ଗୁରୁ

1 min
310



ସଂସ୍କାର ସଂସ୍କୃତି   ଦିବ୍ୟଜ୍ଞାନ ଆଦି

      ପ୍ରଥମେ ପ୍ରାଥମିକତା

ସମାଜ ମଧ୍ୟରେ   ଶ୍ରେଷ୍ଠ ବିବେଚିତ

      ଗୁରୁ ଆଊ ଜନ୍ମ ଦାତା ।


ନର ନାରାୟଣ  ଦେବତା କିନ୍ନର

     ଯକ୍ଷ ହେଉବା ଅସୁର

 ଜ୍ଞାନ ଗାରିମାର   ପ୍ରାପତ ନିମନ୍ତେ 

      ପୂଜନ୍ତି ଗୁରୁ ପୟର । 


ସାଧୁତା ମିତ୍ରତା   ସମୟାନୁବର୍ତ୍ତିତା

      ସମାନତା ଜ୍ଞାନଦାତା

ସେବା ମନୋଭାବ  ଦୃଢ ଆତ୍ମବଳ

      ତା ସଙ୍ଗେ ମାନବିକତା ।

  

ଅଟଳ ଜିଜ୍ଞାସା   ସ୍ନେହ ବାତ୍ସଲ୍ୟ ଯେ

      ପରଉପକାରୀ ଗୁଣ

ସ୍ଥିତପ୍ରଜ୍ଞ ହୋଇ   ଅମୃତ ବଚନେ

      ମୋହନ୍ତି ସଭିଙ୍କ ମନ । 


 ଅଜ୍ଞାନ ଅନ୍ଧାର   ଦୂରୀଭୁତ କରି

     ଜ୍ଞାନର ପ୍ରଦୀପ ଜାଳି

ସ୍ନେହ ପ୍ରେମ କ୍ଷାମା  କରୁଣାର ବାରି

      ଅକୁଣ୍ଠେ ଦିଅନ୍ତି ଢାଳି ।


ବିଦ୍ୟାଳୟ ପରା    ଶିକ୍ଷାର ମନ୍ଦିର

    ଭେଦଭାବ ଶୂନ୍ୟ ସ୍ଥାନ

ଗୁରୁଦେବ ଏଠି    ସାକ୍ଷାତ ଈଶ୍ବର

     କରୁଥାନ୍ତି ଶିକ୍ଷାଦାନ ।


ଶିକ୍ଷାଦାନ ଅଟେ   ମହତ କର୍ମଟି

      କର୍ମ ମଧ୍ୟେ ସର୍ବଶ୍ରେଷ୍ଠ

ବିନା ସାଧନାରେ   ସିଦ୍ଧାନ୍ତ ମିଳେନି

     ଗୁରୁ ବାଣୀ ଅଟେ ଶ୍ରେଷ୍ଠ ।


ଆର୍ଯ୍ୟ ସଂସ୍କୃତିରେ   ଭକ୍ତି ମାର୍ଗ ଶ୍ରେଷ୍ଠ

      ଗୁରୁଙ୍କୁ ଶ୍ରେଷ୍ଠ ଆସନ

ସ୍ନେହ ଶ୍ରଦ୍ଧା ପ୍ରେମ   ଅନୁଶାସନର

      ଶ୍ରେଷ୍ଠ ଅତୁଟ ବନ୍ଧନ । 




Rate this content
Log in

Similar oriya poem from Inspirational