STORYMIRROR

Jambeswar Dalai

Romance

3  

Jambeswar Dalai

Romance

ଅସ୍ଥିର ମୋ ମନ ଭାବନା

ଅସ୍ଥିର ମୋ ମନ ଭାବନା

1 min
259

କାହିଁ ଗଲ ପ୍ରିୟା ତୁମେ

କେତେ ଦୂର ଉଡି

ଖୋଜୁଛି ଏ ଧରାରେ

ବୋବାଳି ମୁଁ ଛାଡି

ହୃଦୟକୁ ଆଘାତ ଦେଇ ........


ଫେରିଆସ ତୁମେ

ମୋ ଅଗଣାକୁ

ସଞ୍ଜରେ ତୁଳସୀ ମୂଳରେ

ସଞ୍ଜବତୀ ଲଗାଇ

ଶୁଭ ମନାସିବ ମୋ ପାଇଁ ......


ତୁମ ରୁମ୍ ଝୁମ୍ ପାଦ

ପାଉଜିର ଶବ୍ଦ

ପ୍ରତିଧ୍ବନିତ ମୋ କାନରେ

ଅସ୍ତିତ୍ଵ ହରାଇ ନାହିଁ

ଉଜ୍ଜିବିତ୍ ଅଛି ମୋ ସ୍ପନ୍ଦନରେ .......


କାଳା ମେଘର ଅଡୁଆ କେଶ

ଖୋଜୁଛି ମୋ ବିଛଣାରେ

ନିଶବ୍ଦ ରାତିର ଘନ ଅନ୍ଧାରରେ

ଖୋଜୁଛି ତୁମର ପରଶ,

 ଆଲିଙ୍ଗନ ପ୍ରତିକ୍ଷଣରେ .....


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance