Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jambeswar Dalai

Tragedy

3  

Jambeswar Dalai

Tragedy

ତୁଚ୍ଛ ସମ୍ପର୍କ

ତୁଚ୍ଛ ସମ୍ପର୍କ

1 min
189


 


ମିଛ ମରୀଚିକା

ଛଳନାର ମୁଖା

       ସ୍ବାର୍ଥର ସାରଥି ସାଜି

ସମାଜ ମଧ୍ୟରେ

ସମ୍ପର୍କର ସେତୁ

       ବାନ୍ଧୁଛି ମଣିଷ ଆଜି । 


ଅର୍ଥର ଲାଳସା

କାମନାର ମୋହେ

       ସମ୍ପର୍କ ଯୋଡେ ଯେ ଜନ

ଯୋଡି ହୁଏ ସିନା

ଚିରସ୍ଥାୟୀ ନୁହେଁ 

        ସେ ସମ୍ପର୍କ ଅତି କ୍ଷୀଣ । 


ସ୍ନେହ ମମତାକୁ

ଜାବୁଡି ଧରିଣ

      କରେ ସେବା ସମର୍ପଣ

ପାଇବାର ଆଶା

ନଥାଏ ହୃଦୟେ

      ସମ୍ପର୍କ ରହେ ଅକ୍ଷୁଣ୍ଣ । 


ବିପଦେ ଆପଦେ

ଆହା ପଦେ ସିନା

      ଖୋଜେ ସହୃଦୟ ଜନ

ସେଥିରୁ ଟିକିଏ

ଉଣା ହୋଇଗଲେ

      କରେ ମାନ ଅଭିମାନ । 


ମାନ ଅଭିମାନ

ସମ୍ପର୍କ ଭାଙ୍ଗେନି

       କରେ ଯେ ଅତି ନିବିଡ଼

ସମୟ ଚକ୍ରରେ

ସମ୍ପର୍କକୁ ଭାଙ୍ଗି

      ପାଲଟିବୁ ଦିନେ ଜଡ । 


ସାଙ୍ଗରେ ତୋହର

କେହି ଯିବେ ନାହିଁ

       ପଛରୁ ଆସିବେ ଫେରି

ପଞ୍ଚଭୁତରେ ତୁ 

ଲୀନ ହୋଇଗଲେ

       ମନରୁ ଦେବେ ପାଶୋରି । 


ମୋର ମୋର କହି

ସମ୍ପର୍କ ଗଢିଲୁ

       ବାନ୍ଧି ବିଶ୍ବାସର ଡୋରି

ନିନ୍ଦା ଅପବାଦ

ଯାତନା ସହିଲୁ

        ପରକୁ ଆପଣା କରି । 


ନିନ୍ଦୁକ ଯେ ସଦା

ଇର୍ଷାପରାୟଣ

       ଭାବନା ମନରେ ରଖି

ସମ୍ପର୍କରେ ସିଏ

ଭଟ୍ଟା ଆଣିଥାଏ

       ସହି ପାରେନାହିଁ ଦେଖି ।


ମିଛ ମୋହ ମୟା

ସଂସାର ମଧ୍ୟରେ

       ଜଗନ୍ନାଥ ସତ ସିନା 

ସବୁ ସମ୍ପର୍କ ଯେ

ତୁଛ ଏ ସଂସାରେ

      ତୋ' - ମୋର ସମ୍ପର୍କ ବିନା । 



Rate this content
Log in

Similar oriya poem from Tragedy