Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jambeswar Dalai

Tragedy

4  

Jambeswar Dalai

Tragedy

ଅଜବ ସମ୍ପର୍କ

ଅଜବ ସମ୍ପର୍କ

1 min
335


 ଆଜିର ସମାଜ

ସ୍ବାର୍ଥରେ ଜଡ଼ିତ

       ସ୍ବାର୍ଥରେ ସବୁ କିଛି ତ

ସ୍ବାର୍ଥ ବିନା କେହି

କାହାର ନୁହଁନ୍ତି

       ଅନ୍ଧାର ଲାଗେ ଜଗତ । 


ଛଳନାର ମୁଖା

କପଟୀ ଆଖିରେ

        ସଂସାରକୁ ଦେଖୁଅଛି

ଅବିଶ୍ବାସ ରଙ୍ଗ

ହୃଦୟରେ ବୋଳି

        ଅଜବ ସମ୍ପର୍କ ରଖି ।


 ମିଛ ମୋହ ମାୟା

 ବିସ୍ତାରୁଛି କାୟା

        ମନରେ ଭରିଛି ଲୋଭ

ଆଶାର ଲାଳସା

ମାତ୍ରାଧିକ ଏଠି

      ପ୍ରତି ପାଦେ ଖୋଜେ ଲାଭ ।


ବିଶ୍ବାସରେ ବିଷ

ବୁଣୁଅଛି ବୀଜ

       ବନ୍ଧୁତ୍ବକୁ ଦେଇ ଧୋକା

ବିପଦ ସମୟେ

ସେହି ଜନଙ୍କର

      ନମିଳେ କେବେ ବି ଦେଖା ।


ରକ୍ତର ସମ୍ପର୍କ

ଭାଇତ ଭଗାରି

      ଏକ ମାଆ ପେଟୁ ଜାତ

ସମ୍ପର୍କର ଡୋରି

ବିଲୀନ ହେଉଛି

      ସେନେହ ମମତା ତୁଛ । 


ପିତା ମାତା ପରା

ଚଳନ୍ତି ଦେବତା

       ତାଙ୍କ ପ୍ରତି ଅବିଚାର

ପୁଅଝିଅ ସବୁ

ପର କରିଦେଇ

      ଯେଝା ବାଟ ତ ଯାହାର । 


ସୁଖର ସାଥୀ ଯେ

ସଭିଏଁ ଅଟନ୍ତି

      ସ୍ବାର୍ଥରେ ବସି ସଙ୍ଗାତ

ଜୀବନ ଜୀବିକା

ଅତୁଟ ନିମନ୍ତେ

      ହାତରେ ମିଶାନ୍ତି ହାତ । 


ବୁଦ୍ଧିଜୀବି ଆଜ

ସାଜେ ଅନ୍ଧମୂକ

        ବଧିର ତିନି ମାଙ୍କଡ଼

ବଳ ନାହିଁ ତାଙ୍କୁ

ରୋଧିବାକୁ ସଦା

        ଅନୀତି ଦୁର୍ନୀତି ଝଡ । 


ସୁଖର ସଂସାର

ପାଚେରୀ ମଧ୍ୟରେ

      ସନ୍ଦେହ ଅଡ଼ୁଆ ସୂତା

ଖିଅ ଖୋଜୁ ଖୋଜୁ

ଦମ୍ପତିଙ୍କ ମଧ୍ୟେ

      ସମ୍ପର୍କ ଲାଗଇ ପିତା । 


ସମ୍ପର୍କର ମାନେ

ବୁଝେ ନା ମଣିଷ

      ସ୍ବାର୍ଥକୁ ସାରଥୀ କରି

ଅଲାଜୁକ ହୋଇ

ଅପମାନକୁ ସେ

     ଜମା କରେନି ଖାତିରି । 


କି ଯଶ ପାଇବ

ସଂସାର ମଧ୍ୟରେ

       ଅପବାଦ ମୁଣ୍ଡେ ବୋଳି

ସ୍ବାର୍ଥ ତ୍ୟାଗ କରି

ସ୍ନେହ ଶ୍ରଦ୍ଧା କଲେ

      ସମ୍ପର୍କ ଯିବ ବଦଳି ।


Rate this content
Log in

Similar oriya poem from Tragedy