STORYMIRROR

Jambeswar Dalai

Tragedy

4  

Jambeswar Dalai

Tragedy

ଅର୍ନ୍ତଦାହ

ଅର୍ନ୍ତଦାହ

1 min
8


ଅଜାଣତାରେ 

ପ୍ରତିଶ୍ରୁତି ବଦ୍ଧତା 

ତୁମ ପାଇଁ କାଇଁ କେତେବେଳେ

ଏକ ଅଭୁଲା ମୂହୁର୍ତ୍ତରେ

ଅଶାନ୍ତ ଇତସ୍ତତ ପ୍ରତିକ୍ଷଣ

ପ୍ରତିଟି କାର୍ଯ୍ଯରେ

ହରାଇବାବାର ଆଶଙ୍କା

ନିର୍ଜନ ସହରରେ ।


ନିଃଶବ୍ଦ ନିରବତାରେ

ଅନ୍ବେଷଣରେ 

ମୁଁ ନିଜେ ବି ଜାଣେନି

ମୋ ମନ ପ୍ରେମର ରହସ୍ୟ

ମୁଁ ଥିଲି କି ତା'ର ଜାଗ୍ରତ ପ୍ରହରୀ

ଜାଣେନା ମୁଁ,

ମୋ ଆଖିର ଆଦ୍ରତାକୁ

ନା ତମେ କେବେ ନିରେଖି ଛ?

ନା ତମେ ନିବୃତ୍ତ କୋଣରୁ କେବେ 

ଅନ୍ତଦାହର ଯାତନାକୁ ସହିଛ..

 ନା ମୁଁ ବୁଝିପାରେ କେବେ କାହିଁକି 

ପାଦତଳେ ମୋର

ଡହଡହ ନଈବାଲିରେ

ଚାଲିଛି ମୁଁ ଧୂଧୂ ଦ୍ୱିପ୍ରହରେ।


ମାଟିରୁ ଅନନ୍ତ ଆକାଶର

ଦୂରତା ଯେତିକି

ତାଠାରୁ ଯଥେଷ୍ଟ ବେଶୀ ଶୂନ୍ୟତା

ମୋ ମନ ଆକାଶରେ

ରହସ୍ୟର କୃଷ୍ଣଗର୍ତ୍ତ

ଅନ୍ତରରେ ମୁଁ ଫସିଛି

ଅନ୍ତହୀନ ଅନ୍ଧାରି ସୁଡ଼ଙ୍ଗ ଦେଇ

ଖାଲି ଘୂରି ବୁଲୁଅଛି।


ଅହଂକାର ଆତ୍ମ ପରିଚୟ

ଲେଉଟାଣିରେ

ବୟସର ବହଳତା ଫୁଟିଉଠେ

ଏବେ ମୋ ଦେହରେ ମୁହଁରେ

ନା ଅଛି ଶକ୍ତି 

ନା ଅଛି ସାମର୍ଥ୍ୟ 

ନା ଅଛି ପିପାସା

ତମେ ମୋର ଏକମାତ୍ର

ଇପ୍​ସିତ ପ୍ରେମ

ତମ ପ୍ରେମ ତ ନପାଇଲି ନାହିଁ

ନପାଇବାର ଅସନ୍ତୋଷ ଟିକକ

ସେଇମିତି ଜମାଟ ବାନ୍ଧି 

ଥାଉ ମୋ ଭିତରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy