STORYMIRROR

Mishra Manasi

Romance

4  

Mishra Manasi

Romance

ସାତ ରଙ୍ଗୀ ଇନ୍ଦ୍ରଧନୁ

ସାତ ରଙ୍ଗୀ ଇନ୍ଦ୍ରଧନୁ

1 min
377


ବରଷା ଯାଇଛି ମୋ ପ୍ରିୟା ଗାଆଁ କୁ

ଆମ ଗାଆଁ ଦାଣ୍ଡ ଦେଇ

ମୋତେ ଭିଜାଇଛି ତାକୁ ବି ଖୋଜୁଛି

ସାଥେ ଭିଜାଇବା ପାଇଁ ।

ପହିଲି ଆଷାଢ ପହିଲି ବାରୀରେ

ଭିଜୁଥିଲୁ ଯେଉଁଦିନ

ହୃଦେ ତୋଳୁଥିଲା ପ୍ରୀତିଗୀତି ସ୍ୱର

ମୋ ଗାଆଁ କଦମ୍ବ ବନ ।

ଭସା ଭସା ମେଘ ନଭେ ଇନ୍ଦ୍ରଧନୁ

ବୁଣୁ ଥିଲା ସାତରଙ୍ଗ

ତାରଙ୍ଗେ ଭିଜିଲେ ସ୍ବପ୍ନ ସୁନ୍ଦରୀ ଗୋ

ନିଆରା ନିଆରା ଲାଗ ।

ଓଦା ଗାଢ଼ କୁଞ୍ଚ ତୁମ କୁନ୍ତଳ ରୁ

ଝରି ଗଲେ ବର୍ଷା ପାଣି

ମୋ ମନ ଅରଣ୍ୟେ ନୀଳନୟନା ଗୋ

ଦେଉଥିଲ ସ୍ବପ୍ନ ଵୁଣି ।

ହରିଣୀ କଟାକ୍ଷେ ରାଜହଂସ ଚାଲି

ଜବା କଢି ଓଠ ଧାରେ

ଝରି ଗଲେ ହସ ସାତ ସୁରଙ୍ଗିଣୀ

 ମୋ ମନ ବଂଶୀରେ ତୋଳେ ।


ରଜନୀଗନ୍ଧା ର ସ୍ତବକେ କବରୀ

ଦିଶୁଥିଲ ଅନୁପମା

ଖିଆଲି ମନରେ ଫୁଲ ଫଗୁଣରେ

କରୁଥିଲ ଆନମନା।


ମନ୍ଦ ମନ୍ଦ ବହେ ଚୋରା ଚଇତାଳି

ତୁମ ତନୁମନ ଛୁଇଁ 

ଅଙ୍ଗେ ଅଙ୍ଗେ ଭରେ ମଧୁର ପୁଲକ

ଉନ୍ମାଦେ ମୁଁ ଶିହରଇ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance