ଆପେ ଯିବ ଅପସରି
ଆପେ ଯିବ ଅପସରି
କୂଳେ ନିନାଦିତା ପୂଣ୍ୟ ଚିତ୍ରୋତ୍ପଳା
ନିମ୍ବବନ ଆବରଣେ
ସ୍ୱଂୟ ଜଗନ୍ନାଥ ଶୂନ୍ୟ ଵ୍ରହ୍ମୋଚ୍ୟୁତ
ଵସିଅଛିି ପଦ୍ମବନେ ।
ଏ ପବିତ୍ର ଧାମ ମାଟି ତା ଚନ୍ଦନ
ମଥାରେ ଦେଲେ ସ୍ପରଶିିି
ଭକତ ଭକ୍ତିରେ କରୁୁଣା କୁୁୁୁସୁମ
ଆଶିଷ ଯାଏ ଵରଷି ।।
ତୁଳସୀ ମୁୁକୁଟ ମୁୁୁୁଣ୍ଡେ ଶୋଭାପାଏ
ଗଳାରେ ପଦୁଅଁ ହାର
ଚକା ଚକା ଆଖି ମନ ଯାଏ ଲାଖି
ଅପୂୂୂର୍ବ ରୂପ ସୁୁୁନ୍ଦରର।।
ଭକତ ଭୋଳିଆ ଭାଵ ଵିଭୋଳିଆ
ମୋ ହୃଦୟ ମାଟିି ଦିଅଁ
ଭାବରେ ଡାକିିଲେ ଵୁଢା ଗୋସେଇଁ ହେ
ଦୂରୁ ଶୁଣିଯାଏ ଉଅଅ ।।
ଜଗନ୍ନାଥ ଅଂଶୁୁ ମାନଵ କୋଳରେ
ଦିଵ୍ୟଦ୍ରଷ୍ଟା ହୋଇ ଜାତ
ମାନଵ ଜାତିର ହିତ ସାଧନରେ
ଚିର ଵ୍ରତୀ ଶ୍ରୀ ଅଚ୍ୟୁତ ।।
ଭବିଷ୍ୟ ମାଳିକା ମହାଗ୍ରନ୍ଥ ସ୍ରଷ୍ଟା
ପଦ୍ମଵନ ପୀଠାଧୀଶ
ପଞ୍ଚସଖା ଶ୍ରେଷ୍ଠ କୀରତୀ ଗରିଷ୍ଠ
ଧନ୍ୟହେ ମହାପୁୁରୁୁୁଷ ।।
ସର୍ବଧର୍ମ ସମନ୍ୱୟ ଏହି ପୀଠ
ନାହିଁଟି ବାଛ ଵିଚାର
ସର୍ଵ ଜୀବ ମଧ୍ୟେ ଵିିଦ୍ୟ ଜ୍ୟୋର୍ତିିିମୟ
ବ୍ରହ୍ମ ରୂପୀ ରୂପକାର ।।
କାହିଁ କେତେ ଦୂରୁ ଭକ୍ତଆସେ ଧାଇଁଁ
ଦରଶନ ଅଭିପ୍ରାୟେ
ନିରେଖି ଦେଖଇ ତୁମ ରୂପକାନ୍ତି
ମନ ଲାଖିଥିବା ଯାଏଁ ।।
କହେ ମନଖୋଲିି ପାଶେ ଵସିକରିି
ଲାଞ୍ଛନା ଵାଞ୍ଛନା କେତେ
ବିନା ଯାଚନା ରେ ପୂରଣ କରିଛୁ
ମନର ବାସନା ଯେତେ ।।
ସଞ୍ଜ ଆଳତୀରେ ଘଣ୍ଟ ଘଣ୍ଟା ନାଦ
ଚିତ୍ରୋତ୍ପଳା ଅବବାହେ
ତୋଳେ ସାମ୍ୟଗୀତି ପରାଣେ ପ୍ରଶାନ୍ତି
ସଞ୍ଜୁଆ ପ୍ରକୃତି ମୋହେ ।।
ମାନବ ଜଗତ ପାଇଁ ଚିର ସତ୍ୟ
ଲେଖିଛ ହେ ଯୁଗସ୍ରଷ୍ଟା
ଭ୍ରମିତ ଅଜ୍ଞାନ ଅନ୍ଧାରେ ମଣିଷ
ଆଜି ହୁଏ ଦିିଗଭ୍ରଷ୍ଟା ।।
ଫେରି ଆସ ତୁୁମ୍ଭେ ଅମୃତ ସନ୍ତାନ
ଆଉ ଥରେ ଦେହଧରି
ମନକହେ ମୋର ଜଗତ ଦୁର୍ଗତି
ଆପେ ଯିିିବ ଅପସରିି ।।