STORYMIRROR

Mishra Manasi

Children

4  

Mishra Manasi

Children

ପ୍ରଣିପାତ ମହାନାୟକ

ପ୍ରଣିପାତ ମହାନାୟକ

1 min
220

ବୀର ପ୍ରସବିନୀ ଉତ୍କଳ ଜନନୀ

ସୁଯୋଗ୍ଯ ସନ୍ତାନ ତୁମେ

ଝୁରୁଛି ଏ ମାଟି ଝୁରୁଛି ପବନ

ତୁମରି ଦେହାବସନେ ।


ପ୍ରବାଦପୁରୁଷ ହେ ଜନନାୟକ

ତୁମ ପାଇଁ କର୍ମବୀର

ଗରବେ ଚାଲୁଛିି ଓଡିଆ ବୋଲି

ଉନ୍ନତେ ତୋଳିି ଶିର ।


ଓଡ଼ିଆ ଜାତି ଓଡ଼ିିଆ ଭାଷା

ଓଡିଶା ପ୍ରଦେଶ ପାଇଁ

ଶୁଭୁଥିଲା ତୁୁମ ଅଗ୍ନିବର୍ଷୀ ସ୍ୱର

ବିଶ୍ୱ ଦରବାରେ ଯାଇ ।


ଓଡିଶା ଭାଗ୍ଯାକାଶେ ଉଇଁଥିଲ

ବହ୍ନିିିଦୀପ୍ତ ଯୋଦ୍ଧା ରବି

ନୂତନ ଓଡିଶା ଗଢି ଚିହ୍ନାଇଲ

ବିଶ୍ୱ ମାନଚିତ୍ରେ ଛବି ।


ସମୃଦ୍ଧ ଓଡିଶା ସଶକ୍ତ ଓଡିଶା

ଗଢିବାଟି ଥିଲା ସ୍ୱପ୍ନ

ବନ୍ଧ,ରାଜପଥ,ଶିଳ୍ପ ,କାରଖାନା

ସବୁ ତୁମ୍ଭ ଅବଦାନ ।


ତ୍ରାଣକର୍ତ୍ତା ସାଜିି ଇଣ୍ଡୋନେସିଆର

ଭୂମିପୁତ୍ର ପାଲଟିଲ ,

ନିଜ ପ୍ରାଣବଳି ଦେବାରେ କୁୁୁଣ୍ଠିତ

କେବେ ହେଁ ନଥିଲ ବୀର ।।


ପ୍ରଣିପାତ ଘେନ ହେ ମହାନାୟକ

ଉତ୍କଳ ଯୁଗ ପୁୁରୁଷ

ବିଜୟାନନ୍ଦ ଘୋଷୁୁ ତୁମ ନାମ

ଯୁଗ ଯୁଗ ଇତିହାସ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children