STORYMIRROR

padmaja pati

Children

4  

padmaja pati

Children

ସମାଧାନ କାହା ହାତେ?

ସମାଧାନ କାହା ହାତେ?

1 min
343

ସକାଳୁ ସକାଳୁ ମୁହଁ ଧୋଉ ଧୋଉ 
ଚମକିଲା ଶୁଣି ମୀନା 
ଗତ କାଲି ରାତି ଟିଭିର ଖବର 
କହୁଅଛି ହସି ରୀନା ।
ଟାଣ ଖରା ପାଇଁ ଛୁଟି ବିଦ୍ୟାଳୟ 
ପ୍ରଥମଠାରୁ ଦ୍ଵାଦଶ 
ଅଙ୍ଗନୱାଡିରେ ପଢ଼ୁଥିବା ପିଲା 
ରହିବେ ବାପା ମା ପାଶ ।
ଖାଦ୍ୟ ହେବ ବଣ୍ଟା ସେମାନଙ୍କ ଘରେ 
ଦିଦି, ସାର୍ ଯିବେ ବାଣ୍ଟି 
ଏପ୍ରିଲ୍ ମାସରୁ ଏ ସବୁ ଆରମ୍ଭ
ଖରାରେ ଶୁଖିଲା ତଣ୍ଟି ।
ଛୋଟ ଭାଇ ତା'ର ବ୍ୟାଟ୍,ବଲ୍ ଧରି
ଧାଇଁଲାଣି ପଡିଆକୁ 
ପାଠପଢା ଜଞ୍ଜାଳଟା ଗଲା କଟି
ରୋକିବ କିଏ କାହାକୁ ?
ଟିଉସନ ସାର୍ ଦେଲେଣି ମେସେଜ 
ଚଞ୍ଚଳ ଆସ ପଢିବ
ଭାବୁଅଛି ମୀନା ସ୍କୁଲ ହେଲା ଛୁଟି
ହେଲେ ତ୍ରାହି ନ ମିଳିବ।
ବିଦ୍ୟାଳୟ ପଢା ସରକାର ହାତେ
ଟ୍ୟୁସନ ପଢାଟା କାଳ
ଛୁଟି ନ ମିଳିଲା ଗୋଟାଏ ଦିନ ବି
ଯିବ ସେ ସଞ୍ଜ, ସକାଳ ।
ଟିଉସନ ଟେନସନ ନ କଟିବ କେବେ 
ହେଉ ଖରା,ବର୍ଷା,ଶୀତ
ଜର, ସର୍ଦ୍ଦି , ଥଣ୍ଡା ନ କରିବ କାଟୁ
ହେଉ ଯେତେ ଯାନିଯାତ ।
ଭାବୁ ଭାବୁ ମୀନା ସେପଟୁ ଶୁଭିଲା 
ମାଆର କଥା କାନକୁ
ସ୍କୁଲ ହେଲା ଛୁଟି ଜୀବନ ଯିବ ମୋ
କହିବି ଅବା କାହାକୁ ?
ଯେତେ ଭଙ୍ଗାରୁଜା,କଳିତକରାଳ 
ଆଜିଠୁ ହେଲା ଆରମ୍ଭ 
ହେ ପ୍ରଭୁ! ଟ୍ୟୁସନ ଯାଆନ୍ତୁ ପିଲାଏ
କିଏ ତାଙ୍କୁ ସମ୍ଭାଳିବ?


Rate this content
Log in

Similar oriya poem from Children