STORYMIRROR

Namita Pal

Inspirational Children

4  

Namita Pal

Inspirational Children

ଆମ ଓଡିଶା

ଆମ ଓଡିଶା

2 mins
371

   ଭାରତବର୍ଷ ରେ ରାଇଜ ଟି ଏକ ଓଡିଶା ଯାହାର ନାମ

  ଜନନୀ ଜନ୍ମଭୂମି ସେ ଅଟଇ ସଦା ତାକୁ କୋଟି ପ୍ରଣାମ କଳା ଐତିହ୍ଯ ସୌନ୍ଦର୍ଯ୍ଯରେ ଭରା ଏଇ ମୋର ମାଟି ମା 

ଭାଷା ନାହିଁ ମୋର ପାଶେ ଆଜି ତାର କରିବାକୁ ଗୁଣଗାନ ।

   ମନ୍ଦିରମାଳିନୀ ଭୂବନେଶ୍ବର ଅଟେ ତାର ରାଜଧାନୀ

 କେଦାରଗୌରୀ,ଲିଙ୍ଗରାଜ ଆହୁରି ଯେ ରାଜାରାଣୀ

 ନନ୍ଦନ କାନନ ପ୍ରାଣୀ ଉଦ୍ଯାନ ଲାଗେ ଭାରି ସୁନ୍ଦର

ପୁଣି ଧରମାର ଗୁଣଗାନ କରେ କୋଣାର୍କର ସୂର୍ଯ୍ଯ ମନ୍ଦିର।

  ମରାଳମାଳିନୀ ନିଳାମ୍ବୁ ଚିଲିକା ଗାଏ କାଳିଜାଇ ଗାଥା

    ଖଣ୍ଡଗିରି ଆଉ ଧଉଳି ଦିଅନ୍ତି ବୌଦ୍ଧ ସଦଭାବନା ବାର୍ତ୍ତା

   ଶିମିଳିପାଳର ଘନ ସବୁଜିମା ସଜାଏ ମୁକୁଟ ହୋଇ

    ସୁରୁଜ ବୁଡିଲେ ଭାରି ସୁନ୍ଦର ଦିଶେ ତାର ବେଳା ଭୂଇଁ ।

  କବି ବଳଦେବ,ଉପେନ୍ଦ୍ର,କୁନ୍ତଳା,ଅଭିମନ୍ଯୁ,ଭୀମ ଭୋଇ

  ଫକୀର ମୋହନ,ଭକ୍ତ ଚରଣ ,ସାରଳା,ଯଦୁମଣି

 କେତେ କବି ଆଉ କେତେ ଯେ ଲେଖକ ଜନ୍ମିଛି ଏହି ଭୂମି

 ପଠାଣି ସାମନ୍ତ ମଧୁ ବାରିଷ୍ଟର ବିଶ୍ବନାଥ ଗୋପବନ୍ଧୁ

  ଚନ୍ଦ୍ରଶେଖର ,ବିଜୁ ,ମହତାବ,ନନ୍ଦିନୀ,ରମାଦେବୀ

  ଅବଦାନ ତାଙ୍କ ଏହି ମାଟି ପାଇଁ କହିଲେ ସରିବ ନାହିଁ ଲକ୍ଷ୍ମଣ ନାୟକ ,ଜୟୀ ରାଜଗୁରୁ,ବକ୍ସି ଜଗବନ୍ଧୁ,

ସୁରେନ୍ଦ୍ର ନେତାଜୀ,ମାଳତୀ, ଅନ୍ନପୂର୍ନ୍ନା ଆଉ ବାଳକ ବାଜି ରାଉତ

   ଦେଶ ପାଇଁ ନିଜ ଜୀବନ ଦେଇ ହୋଇଗଲେ ଚିର ଅମର

  ବୀର ପ୍ରସବିନୀ ଏଇ ମାଟି ମୋର ତାକୁ କେହି ସରି ନାହିଁ।

   ପତିତପାବନ ବାନା ଉଡାଉଛି ଜଗା ମହୋଦଧି କୂଳେ

     ଭାଇ ଭଉଣୀଙ୍କୁ ସଙ୍ଗରେ ନେଇ ବସିଅଛି ଶ୍ରୀମନ୍ଦିରେ

      ଭକତଜନଙ୍କ ଉଦ୍ଧାର ପାଇଁ ଖୋଲା ତାର ସିଂହଦ୍ବାର

ଉଦ୍ଧାର କର ହେ ଜଗତର ନାଥ ତୋ ପାଦେ କୋଟି ଜୁହାର।

   ଜୟଦେବଙ୍କ ଗୀତଗୋବିନ୍ଦ ପଢ଼ାଯାଏ ଏଠି ନିତି

    ଗାଁ ଭାଗବତ ଟୁଙ୍ଗିରେ ବସି ଭାଗବତ ଶୁଣୁ ନିତି

    ପଟ୍ଟ ଚିତ୍ର ଆଉ ବାଲୁକାରେ ଚିତ୍ର,ପିପିଲିର ଚାନ୍ଦୁଆ

  ତାରକସି କାମ,ସମ୍ବଲପୁରୀ ପାଟ,ସାଲେପୁର ରସଗୋଲା

  ଦେଶ ବିଦେଶରେ ଓଡିଶା ସାମଗ୍ରୀ ଅଟେ ଭାରି ବିଖ୍ଯାତ।

  ଓଡଶୀ ନୃତ୍ଯ,ଓଡଶୀ ସଙ୍ଗୀତ,ସମ୍ବଲପୁରୀ ଡାଲଖାଇ

  ଛନ୍ଦ ତାଳ ସାଥେ ଝୁମି ଝୁମି ନାଚେ ଏଇ ମୋ ଜନମ ଭୂଇଁ

କଳାରେ ଉତ୍କୃଷ୍ଟ ରାଇଜ ମୋହର,ସେଥିପାଇଁ ସେ ଉତ୍କଳ।

  ରଥ ଯାତ,ରଜ,କୁଆଁର ପୁନେଇଁ,ମାଣବସା ଗରୁବାର

 ବାରମାସେ ତେର ପରବ ପାଳନ ହୁଏ ମୋର ରାଇଜରେ

 କେତେ ରୂପ କେତେ ରଙ୍ଗରେ ଭରା ଆମ ଏ ଓଡିଶା ଭୂମି

 ତାର ଗୁଣ ଆଉ ସୌନ୍ଦର୍ଯ୍ଯ ସଙ୍ଗେ ସରି କି ହୋଇବ କେହି।

       


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational