STORYMIRROR

Namita Pal

Abstract

3  

Namita Pal

Abstract

ଅଦେହ ସମ୍ପର୍କ

ଅଦେହ ସମ୍ପର୍କ

1 min
217


ଦେହାତୀତ ସେ ସମ୍ପର୍କ

ସ୍ନେହ, ପ୍ରେମର ପୃଥିବୀ

ସ୍ବପ୍ନିଳ ସେ ରାତି

ଦିନରେ ଥାଏ ଆଲୋକର ମହୋତ୍ସବ

କେତେବେଳେ ଲୁହ, କେତେବେଳେ ବିରହ ତାପରେ ଜର୍ଜରିତ ତୃଷିତ ଆତ୍ମା

ପୁଣି କେତେବେଳେ ଥିରି ଥିରି କରି ଆସେ ମିଳନର ଫଗୁଣ

ମନରେ ନୁଆ ଆଶା ପଲ୍ଲବିତ କରି

ଅସରନ୍ତି ସ୍ବପ୍ନ ବିସ୍ତାରିତ ହୁଏ ଦିଗ୍ ବଳୟ ରେ, ସୀମା ହୀନ

ଯେଉଁଠି ଥାଏ କେବଳ ଦେବାର ଇଚ୍ଛା, ନଥାଏ କିଛି ପାଇବାର ଆଶା

ପ୍ରେମ ଯେଉଁଠି ଛୁଏଁ ନାହିଁ ଦେହକୁ, ଛୁଁଏ ଆତ୍ମାକୁ

ନୁହେଁ ଏ ଦେହଜ ,ଇଏ ଆତ୍ମଜ, ଚିରନ୍ତନ, ଶାଶ୍ବତ ଅଦେହ ବନ୍ଧନ

ନାହିଁ ଯାହାର ଆଦି, ଅନ୍ତ

ନିଜ ଆଲୋକରେ ନିଜେ ଉଦ୍ଭାସିତ

ଦୁଇ ଶରୀରରେ ଗୋଟିଏ ଆତ୍ମା

ଲେଖୁଛନ୍ତି ପ୍ରେମର ଏଇ ନୂତନ ପରିଭାଷା ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract