STORYMIRROR

Namita Pal

Others

3  

Namita Pal

Others

କଳା ଠାକୁର

କଳା ଠାକୁର

1 min
120


ହସ ଲୁହ ଭରା ଦୁନିଆରେ ଏଠି,

କେହି ନୁହେଁ ପର ଆପଣାର,

ସବୁଠୁ ନିଜର ସେ ଏକା ନିଜର,

ଅଟଇ ତୁ ମୋର କଳା ଠାକୁର ।।


ଆହେ ମୋର କଳା ଠାକୁର.

ଆହେ ମୋର କଳା ଠାକୁର....

ବଡ଼ଦାଣ୍ଡ ପରେ ତୋ ରଥ ଚାଲୁଛି,

ଜୀବନ ଦାଣ୍ଡରେ ଚାଲେ ମୋ ରଥ,

ତୋ ରଥ ଦଉଡ଼ି ଟାଣନ୍ତି ଭକତେ,

ମୋ ରଥ ଦଉଡ଼ି ଅଛି ତୋ ହାତେ ।।


ଆହେ ମୋର କଳା ଠାକୁର...

ଆହେ ମୋର କଳା ଠାକୁର....

ଘଣ୍ଟ ହୁଳହୁଳି ହରିବୋଲ ଶବ୍ଦେ,

ପହଞ୍ଚିବୁ ଯାଇ ମାଉସୀ ଘର,

ତୋ ପାଦ ପଦ୍ମରେ ମୋ ଚିତ୍ତ ଅଧିର,

ନିଶ୍ଚିତ କରିବୁ ମୋ ଲକ୍ଷ ସ୍ଥଳ ।।

ଆହେ ମୋର କଳା ଠାକୁର....

ଆହେ ମୋର କଳା ଠାକୁର...

ହାତ ଧରି ମୋର ପଥ ଚାଲୁଥିବୁ,

ଝୁଣ୍ଟି ଗଲେ ମୋର ସାହାରା ହୋଇବୁ,

ଅବାଟରେ ଗଲେ ବାଟ ମୋ ଜଗିବୁ,

କୃପା ରଖିଥିବୁ ନୀଳଶଇଳ ।।


ଆହେ ମୋର କଳା ଠାକୁର

ଆହେ ମୋର କଳା ଠାକୁର

ଆହେ ମୋର କଳା ଠାକୁର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍