STORYMIRROR

Namita Pal

Abstract

3  

Namita Pal

Abstract

ଅବିରର ରଙ୍ଗ

ଅବିରର ରଙ୍ଗ

1 min
164


କେତେବେଳେ ନାଲି ପୁଣି କେବେ ସେ ଗୋଲାପି,

ରଙ୍ଗ ପିଚିକାରୀ ଧରି ସାଙ୍ଗ ଆସେ ଛପି ଛପି।।


ମନେପଡେ ପିଲାଦିନ ହୋଲି ରଙ୍ଗ ଖେଳ,

ସବୁ ମୁହଁ ଦିଶୁଥାଏ ରଙ୍ଗ ବେରଙ୍ଗର।।


ଅବିରର ରଙ୍ଗେ ହୁଏ ରଙ୍ଗୀନ ଆକାଶ,

ସର୍ବେ ଲାଗୁଥାନ୍ତି ଅତି ନିଜର ନିଜର।।


ବଦଳି ଯାଇଛି ଆଜି ଅବିରର ରଙ୍ଗ,

ଭାଈ ଭାଈ ମଧ୍ଯେ ପୁଣି ଜାତି ମଧ୍ଯେ ଭେଦଭାବ।।


ରଙ୍ଗ ତାର ଲାଗେ ଆଜି ଭାରି ଫିକା ଫିକ।,

ବାହ୍ଯ ଚମକରେ ଲୋକେ ଖାଆନ୍ତି ଯେ ଧୋକା।।


ମନ ମୋର ଖୋଜୁ ଥାଇ ଆଜି ସେ ଅବିର,

ଏଥରର ହୋଲି ହେଉ ଶାନ୍ତି ର ଅବିର, ପ୍ରିତୀ ର ଅବିର ଆଉ ମୈତ୍ରୀର ଅବିର।।


ଟିପି ଟିପି ବିଞ୍ଚି ପଡୁ ସାରା ଦୁନିଆରେ,

ରଙ୍ଗାଇ ଦେଉ ସେ ସବୁ ଆପଣା ରଙ୍ଗରେ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract