STORYMIRROR

Namita Pal

Abstract

3  

Namita Pal

Abstract

ସ୍ବପ୍ନରୁ ବାସ୍ତବତା ଯାଏଁ

ସ୍ବପ୍ନରୁ ବାସ୍ତବତା ଯାଏଁ

1 min
121


ସ୍ବପ୍ନରୁ ବାସ୍ତବତା ଯାଏଁ ,

ପଥ ଥିଲା ବହୁ ଦୂର,

କିଛି ତିକ୍ତ କିଛି ମଧୁର ସ୍ମୃତିର ସମାହାର ।।


ଅଙ୍କା ବଙ୍କା ପଥୁରିଆ ଆବଡା ଖାବଡା ରାସ୍ତା ତ,

କେବେ ଥିଲା ପାଦ ତଳେ ନରମ ଗାଲିଚାର କୋମଳ

ସ୍ପର୍ଶ।

ଜୀବନ ବୈଶାଖର ରୌଦ୍ରରେ ଜର୍ଜରିତ କ୍ଳେଦ ସିକ୍ତ

ଶରୀର,

ଥିଲା ପୁଣି କେବେ ବାତ୍ସଲ୍ଯ ମଳୟର ସ୍ନିଗ୍ଧ ଶିତଳ ଛୁଆଁ।

କିଛି ଫୁଟିଲା ତ, ଆଉ କିଛି ଦରଫୁଟା ସ୍ବପ୍ନର ଫୁଲଘର ।।

ସ୍ବପ୍ନରୁ ବାସ୍ତବତା ଯାଏଁ,

ପଥ ଥିଲା ବହୁ ଦୂର,

କିଛି ତିକ୍ତ କିଛି ମଧୁର ସ୍ମୃତିର ସମାହାର ।।


କେବେ ଥିଲା ପ୍ରେମ କେବେ ପ୍ରତାରଣା,

କେବେ ଥିଲା ସ୍ନେହ ପୁଣି କେବେ ଘୃଣା,

ଥିଲା କିଛି ସୁଖ ଦୁଃଖ ଭରା ନାଟକର ରଙ୍ଗମହଲ ।।

ଏଇ ତ ଜୀବନ ଆରମ୍ଭ ରୁ ଶେଷ ଯାଏଁ,

ପ୍ରହେଳିକାରୁ ସତ୍ଯ ଯାଏଁ,

ସ୍ବପ୍ନରୁ ବାସ୍ତବତା ଯାଏଁ,

ଏନ୍ତୁଡିଶାଳରୁ ଜୁଇ ଯାଏଁ,

ପଥ ଥିଲା ବହୁ ଦୂର,

କିଛି ତିକ୍ତ କିଛି ମଧୁର ସ୍ମୃତିର ସମାହାର ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract