STORYMIRROR

Namita Pal

Tragedy

3  

Namita Pal

Tragedy

ବାଲି ଘର

ବାଲି ଘର

1 min
233

ମନର ଦେଶରେ ସ୍ମୃତିର ସହର,

ସ୍ମୃତିର ସହରେ ଛୋଟ ଗୋଟେ ଘର।

କେତେ ରାଗ ଋଷା କଥା କଟା କଟି ଥିଲା,

ପୁଣି ଥିଲା ସେଠି ପ୍ରେମର ଜୁଆର।

ନିତି ଫୁଟୁଥିଲା ପଦ୍ମ ମନ ସରସୀରେ,

ଏକ ସ୍ବପ୍ନ ଥିଲା ଦୁହିଁଙ୍କ ଆଖିରେ।


ହସର କଲ୍ଲୋଳରେ ହେଉଥିଲା ମୁଖରିତ,

ନୂପରର ଗୁଂଜନରେ ଥିଲା ସଦା ସେ ଗୁଂଜିତ।

ସପ୍ତ ସୁରେ ନିତି ବେଣୁ ବାଜୁଥିଲା ମନେ,

ମନ ପ୍ରଜାପତି ଉଡ଼ି ବୁଲୁଥିଲା ଯେ କାନନେ।

ଇନ୍ଦ୍ରଧନୁ କରୁଥିଲା ଦିବା ରଙ୍ଗାୟିତ,

ଶଶି ଆଲୋକରେ ନିଶି ହେଉଥିଲା ଆଲୋକିତ।


ଝଲମଲ ଦିଶୁଥିଲା ମନର ଅଗଣା,

ବଞ୍ଚିବାକୁ ମିଳୁଥିଲା ନିତି ନୂଆ ବାହାନା।

କୁଆଡୁ ଆସିଲା ଘନ ଅନ୍ଧାର ଝଡ଼,

ଭାଙ୍ଗିଗଲା ସେ ପ୍ରେମର ପ୍ରାଚିର।

ବହିଗଲା ସବୁ ସ୍ବପ୍ନ ଚରିଗଲା ମାଟି,

ଆଜି ସେଠି ଭଗ୍ନ ସ୍ତୁପ ଲୁହର ସମାଧି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy