STORYMIRROR

Namita Pal

Inspirational Children

3  

Namita Pal

Inspirational Children

ମୋ ଦେଶ ଭାରତ

ମୋ ଦେଶ ଭାରତ

1 min
152

ମଥାରେ ସଜାଏ ପର୍ବତ ମୁକୁଟ,

ସାଗର ଯାହାର ଧୋଇଦିଏ ପାଦ,

ସୁଜଳା ସୁଫଳା ଶସ୍ଯ ଶ୍ଯାମଳା,

ସେଇଯେ ଅଟଇ ମୋ ଦେଶ ଭାରତ।।


ଭିନ୍ନ ଭିନ୍ନ ଭାଷା ଭିନ୍ନ ଭିନ୍ନ ଧର୍ମ,

ଭିନ୍ନ ଭିନ୍ନ ଜାତି ଭିନ୍ନ ଭିନ୍ନ କର୍ମ,

ନାନା ରଙ୍ଗେ ନାନା ବେଶ ପୋଷାକରେ,

ବିଭିନ୍ନତା ମଧ୍ଯେ ଅଟଇ ସେ ଏକ।।


କେତେ ମୁନି ଋଷି କେତେ ଯେ ମହାତ୍ମା,

ଏ ଦେଶ ମାଟିରେ ହୋଇଛନ୍ତି ଜାତ,

ହିମାଳୟ ଠାରୁ କନ୍ଯାକୁମାରୀ,

ସବୁଠି ଶୁଣାଏ ବୀରତାର ଗାଥା।।


ଏ ମାଟି ସଂସ୍କୃତି ଭଗବତ ଗୀତା,

ଦେଶ ବିଦେଶରେ ଅଟଇ ବିଖ୍ଯାତ,

ପ୍ରଣାମ କରୁଛି ତା ପାଦକୁ ଛୁଇଁ,

ସେଇଯେ ମୋ ପ୍ରିୟ ଜନମ ଭୂଇଁ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational