STORYMIRROR

Namita Pal

Romance

3  

Namita Pal

Romance

ଅଭିମାନିନୀ

ଅଭିମାନିନୀ

1 min
208


ପ୍ରିୟା ମୋର ଅଭିମାନିନୀ

 ଟିକେ ଅଭିମାନିନୀ ।।

ଆଖି ବୁଜି ଦେଲେ ସପନରେ ଆସି , ଶିହରିତ କରି ତନୁ ମନ ମୋର

 ତୋଳେ ସେ ହସର ରାଗିଣୀ....

ପ୍ରିୟା ମୋର ମୃଗନୟନୀ

 ହଁ...ସେ ଚଞ୍ଚଳା ମୃଗନୟନୀ ।।

ତ୍ରିଭଙ୍ଗୀ ଭଙ୍ଗିରେ କୁହୁ କୁହୁ ତାନେ , ରୁଣୁ ଝୁଣୁ କରି ମୁଖରିତ କରେ

ସେ ଯେ ମୋ ହୃଦୟ ବନାନୀ....

ପ୍ରିୟା ମୋର ପ୍ରାଣସଙ୍ଗିନୀ

ସେ ମୋ ହୃଦୟ ରାଇଜ ରାଣୀ ।।

ଜନମେ ଜନମେ ପାଶେ ମୁଁ ରହିବି, ସାଥୀ ହୋଇ ତୁମ ବାଟ ମୁଁ ଚାଲିବି

କଥା ଦେଉଛି ଗୋ ସଜନୀ...

ତୁମେ ମୋ ଜୀବନ ସଙ୍ଗିନୀ


ପ୍ରିୟା ମୋର ଅଭିମାନିନୀ

 ହଁ ... ଅଭିମାନିନୀ

 ଟିକେ ଅଭିମାନିନୀ

 ଉଁ... ଅଭିମାନିନୀ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance