STORYMIRROR

Namita Pal

Abstract

3  

Namita Pal

Abstract

ବର୍ଷା ଋତୁ

ବର୍ଷା ଋତୁ

1 min
208

ଦାରୁଣ ବୈଶାଖ ପରେ ହୁଏ ବର୍ଷାର ଆଗମନ,

ଖୁସିର କଲ୍ଲୋଳ ଖେଳିଯାଏ ବନେ ଉପବନେ।।


ନିଦାଘ ତାପରେ ଧରା ହୋଇଥାଏ ଜର୍ଜରିତ,

ବରଷା ପାଣି ପାଇ ସେ ହୋଇଯାଏ ସିକ୍ତ।।


ଆଦ୍ଯ ଆଷାଢ଼ ର ସେ ପହିଲି ବରଷା,

ସଭିଙ୍କ ମନରେ ସେ ଯେ ଆଣଇ ହରଷ।।


ନାନା ଜାତି ଫଳ,ପୁଷ୍ପେ ହସଇ କାନନ,

କେତେ କେତେ ନୂଆ ଜୀବ ନିଅନ୍ତି ଜନମ।।


ନଦୀ,ନାଳ ଭରି ଯାଏ ଜଳଦ ବାରିରେ,

ଚଷା ଭାଈ କ୍ଷେତ ହସି ଉଠେ ଫସଲରେ।।


ରଜ ଦୋଳି ବନ୍ଧା ହୁଏ ଗାଁ ମୁଣ୍ଡ ବରଗଛେ,

ପେଟ ଭରି ଯାଏ ମା ହାତ ଆରିସା ,କାକରା ପିଠାରେ।।


ବର୍ଷା ଋତୁ ନେଇ ଆସେ ଆଷାଢ଼ ଶ୍ରାବଣ,

କେତେ ଆଶା ,ଉଲ୍ଲାସରେ ଭରଇ ଜୀବନ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract