STORYMIRROR

Namita Pal

Others

3  

Namita Pal

Others

ହେ ମାଧବ

ହେ ମାଧବ

1 min
150

ହୃଦୟ କନ୍ଦରେ କରିବି ଥାପନା,

ଲୁହରେ ଭିଜାଇ ଜାଳିବି ଦିପାଳୀ,

ଶ୍ରଦ୍ଧାର କୁସୁମେ ସଜାଇଣ ଅଙ୍ଗ,

ପ୍ରେମର ଅର୍ଘ୍ଯରେ ପୂଜିବି ମୁରାରୀ।।


ଚକ୍ରକୁ ପେଶିଲ ନକ୍ରକୁ ନାଶିଲ,

କୋଟି ବସ୍ତ୍ର ଦେଇ ଦ୍ରୌପଦୀ ତାରିଲ,

କୁରୁକ୍ଷେତ୍ରେ ମହାଭାରତ ଯୁଦ୍ଧରେ,

ଅର୍ଜୁନ ରଥରେ ସାରଥି ସାଜିଲ।।


ହେ ଘନଶ୍ଯାମ ,ରାଜୀବଲୋଚନ,

ଦୀନବନ୍ଧୁ ତୁମେ ଦୁଃଖ ଭଞ୍ଜନ,

ଏତିକି କରୁଣା କର ହେ ମାଧବ,

ତୁମ ପାଦ ତଳେ ଯାଉ ଏ ଜୀବନ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍