STORYMIRROR

Namita Pal

Others

3  

Namita Pal

Others

ପ୍ରେମ

ପ୍ରେମ

1 min
183

ମୃଦୁ ପଦପାତରେ ଆସି ସମଗ୍ର ହୃଦୟକୁ ଆବରି ନିଏ

ତାର ମହକ ଛୁଆଁର ସ୍ପର୍ଶରେ ଶିହରିତ କରେ

କେବେ ଝିଲମିଲ ସ୍ୱପ୍ନର ମହଲ ବନେଇ ଦିଏ ତ ପୁଣି

କେବେ ପ୍ରତାରଣାର ତାପରେ ମିଳେଇ ଯାଏ ସେ କୁହୁଡିର ଘର

ସପ୍ତ ସୁରେ ସପ୍ତ ରଙ୍ଗରେ ନୃତ୍ୟ କରେ ମୋହିନୀ ରୂପରେ ତ ପୁଣି 

କେବେ ବିରହିଣୀ ରତି ସାଜି ଅପେକ୍ଷା କରେ ମଦନର ଆଗମନକୁ

ଥାଏ ସେ ଶରତର ଜ୍ୟୋତ୍ସ୍ନାସ୍ନାତ ରଜନୀରେ ପୁଣି

କେବେ ପହିଲି ବରଷାର ଚୁମ୍ବନରେ ଯେବେ ସିକ୍ତ ହୁଏ ଧରା

ମହକାଇ ଦିଏ ସାରା ଭୂବନ

କେବେ ପୁଣି ଥାଏ ଶିତୁଆ ରାତିର ସେ କୋହଲା ସମୀରେ

ତ ଥାଏ ପୁଣି ବସନ୍ତର ମିଠା ବଉଳ ବାସ୍ନାରେ

ପ୍ରେମର ଆବେଗ ଅଟଇ ଯେ ଭିନ୍ନ

ହୃଦୟରେ ଜନ୍ମ ହୁଏ ପୁଣି ହୃଦୟେ ବିଲୀନ।



Rate this content
Log in