STORYMIRROR

SARATA KUMAR DAS

Children Stories

4  

SARATA KUMAR DAS

Children Stories

କୁନି କୁନାଙ୍କ ମା' ଚିନ୍ତା

କୁନି କୁନାଙ୍କ ମା' ଚିନ୍ତା

1 min
205


ସୁଲୁ ସୁଲୁ ବାଆ ବହିଲାଣି ଧୀରେ

ଚାଲ ବେଗି ଯିବା ଘର

ମାଆ ଆମ ଘରେ ଚାହିଁ ବସିଥିବେ

ଲାଗୁଥିବ ତାକୁ ଡର  ।।


ଝାଳ ବହେ ଯେବେ ଆମରି ଦେହରୁ

ବହେ ତା' ଛାତିରୁ ରକ୍ତ

ଆଖିରୁ ଆମର ବହେ ଯେବେ ଲୁହ

ମନରେ ତା' ଭରେ ଭୀତ ।।


ଚାଲୁଥାଏ ସିଏ କଣ୍ଟାରେ କଣ୍ଟାରେ

ଆମ ପଥେ ଦିଏ ଫୁଲ

ତା' ସ୍ନେହ ମମତା କେତେଯେ ଅମୂଲ

କଳନା ନାହିଁ ତା' ମୂଲ  ।।


ମାଆ ବୁଝେ ସିନା ସନ୍ତାନ ବେଦନା

ପେଟ କାଟି ଦିଏ ଦାନା

ଆମରି ଖୁସିରେ ସିଏ ସିନା ଖୁସି 

ଭାବୁଥାନ୍ତି କୁନି କୁନା  ।।


କେତେ ଯତନରେ ଘର ସେ ତୋଳିଛି 

ଆମରି ସୁଖରେ ସୁଖୀ

ସକାଳରୁ ସଞ୍ଜ ଖୁସି ସେ ବାଣ୍ଟଇ

ଆମରି ଦୁଃଖ ରେ ଦୁଃଖୀ  ।।


ଘିଅ ଦୀପ ଜାଳେ ଚଉଁରା ମୂଳରେ

ସଞ୍ଜ ବେଳେ ନିତି ପ୍ରତି

ମନେ ମନେ ସିଏ ଡାକୁଥାଏ ଦିଅଁ

ହାତଯୋଡି ଦିନ ରାତି  ।।


ଜନମ ଦିନରେ ଆରିଶା ,କାକରା 

ଖୀରି, ପୁରୀ ପୁଣି ଗଜା

କେତେ ସରାଗରେ ଘରେ ଝୋଟି ଚିତା

ଲାଗୁ ଥାଏ ତାକୁ ମଜା ।।


ବାପା ଯେବେ କେବେ ଆକଟ କରନ୍ତି 

ଦିଅନ୍ତି କେବେ ସେ ଗାଳି

ମାଆ ମନ ତା'ର ଆଉଟି ପାଉଟି

ହେଉଥାଏ ସିନା ଭାଳି  ।।


ମାଆ କଥା ଭାବି କୁନି କୁନା ଦୁହେଁ 

ଘରେ ଆସି ପାଦ ଦେଲେ

ଧାଇଁ ଯାଇଁ ମାଆ କୋଳେଇ ଆଣିଲେ

ପଣତରେ ପୋଛିଦେଲେ  ।।


କହିଲେ ବୁଝାଇ କୁନା କୁନି ତମେ

ଆଉ କରିବନି ଡେରି

ଝଡି ବରଷାରେ ପାଠ ପଢା ସାରି

ସଅଳ ଆସିବ ଫେରି  ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍