ତ୍ରିରଙ୍ଗା ପତାକା ତଳେ
ତ୍ରିରଙ୍ଗା ପତାକା ତଳେ
ମନେ ପଡେ ହୋଇ ଥିଲି ମୁଁ ଛଅ କି
ସାତ ବର୍ଷ ବୟସର
ପାଳିତ ହେବ ବିଦ୍ୟାଳୟେ ସ୍ବାଧୀନତା
ଦିବସ ଆମର |୧|
ସେଥିପାଇଁ ଜାତୀୟ ପତାକା ତ୍ରିରଙ୍ଗା
ତିଆରି ଦରକାର
ଜଣାଥିଲା ତ୍ରିରଙ୍ଗା ନାରଙ୍ଗୀ, ଧଳା ଓ
ସବୁଜ ରଙ୍ଗର |୨|
ମୋ ସାଙ୍ଗ ମଦନ କହିଲା ଆସନ୍ତା କାଲି
ପରା ଅଗଷ୍ଟ ପନ୍ଦର
ପାଳନ କରିବା ଧୁମ ଧାମରେ ସ୍ବାଧୀନତା
ଦିବସ ଆମର |୩|
ସେହି ରାତିରେ ଆଉ ମୋତେ ଆଦୌ ନିଦ
ଆସି ନଥିଲା
କିପରି ଆସନ୍ତା କାଲି ଅଗଷ୍ଟ ପନ୍ଦର ଭୋର
ହେବ, ଭାବନାରେ ଥିଲା |୪|
ଭୋରରୁ ଖୁସିରେ ନୁଆ ପେଣ୍ଟ ଓ ଧଳାଜାମା
ଖଣ୍ଡିକ ପିନ୍ଧିଲି
ଅତି ଆନନ୍ଦ ସହ ବାପୁଜୀ ଉ.ପ୍ରା. ବିଦ୍ୟାଳୟ
ଅଭିମୁଖେ ଧାଇଁଲି |୫|
ସବୁ ସାଙ୍ଗ ଆମେ, ଘର ପାଖୁ କେତେ ଫୁଲ
ତୋଳି ଆଣି ଥିଲୁ
ତ୍ରିରଙ୍ଗା ପତାକାରେ ଫୁଲସବୁକୁ ଯତ୍ନ ସହିତ
ବାନ୍ଧି ରଖିଲୁ |୬|
ତ୍ରିରଙ୍ଗା ଜାତୀୟ ପତାକା କେତେ ଗରବରେ
ଉତ୍ତୋଳନ ହେଲା
ପତାକା ତଳେ ଭାରତର ଜାତୀୟ ସଙ୍ଗୀତ ଗାନ
ର ତାଳ ମନ ମୁଗ୍ଧ କଲା |୭|
ଜନ ଗଣ ମନ' ଜାତୀୟ ସଙ୍ଗୀତ ଅଟେ ମୋ
ଭାରତ ଦେଶରେ
ସମ୍ବିଧାନ ସଭାରେ ଗ୍ରହଣ ହୋଇଥିଲା ୨୪
ଜାନୁଆରୀ ୧୯୫୦ରେ |୮|
ଥିଲେ ସେତେବେଳେ ଆମ ପ୍ରଧାନ ଶିକ୍ଷକ
ଗୋପାଳ ଶତପଥୀ ମାଷ୍ଟର
ପତାକା ଉତ୍ତୋଳନରେ ଗୋଟି ଗୋଟି ଫୁଲ
ପଡିବା ଦୃଶ୍ୟ ଆହା କି ସୁନ୍ଦର |୯|
ବନ୍ଦେ ମାରତମ, ଜୟ ଜବାନ ଜୟ କିଷାନ,
ମହାତ୍ମା କି ଜୟ, ମନ ମୋହିଥିଲା ମୋର
ତାଳି ମାରି କହିଥିଲୁ ଗଗନ ପବନରେ ଉଡୁଛି
ଦେଖ ତ୍ରିରଙ୍ଗା ପତାକା ହୋଇ ଫର ଫର |୧୦|
ଆନନ୍ଦ ଆସୁଛି ଏବେ ପଲ୍ଲୀ ଠାରୁ ଦିଲ୍ଲୀ ପର୍ଯ୍ୟନ୍ତ
ଲହରୀ ଅମୃତ ଉତ୍ସବ ପାଇଁ,
ଦିନ ରାତି ଘରେ ଘରେ ଉଡ଼ିବ ତ୍ରିରଙ୍ଗା ଜାତୀୟ
ପତାକା ସଭିଏଁ ଅଛୁ ଚାହିଁ |୧୦|
r>
କାହିଁ ହିମାଳୟ କାହିଁ କୁମାରିକା ଏହି ମୋର
ବିଶାଳ ଭାରତ ଭୂମିରେ
ଜାତୀୟ ତ୍ରିରଙ୍ଗା ଉଡୁଛି, ଉଡିବ ଆକାଶକୁ ଚୁମି
ଚୁମି ସ୍ବାଧୀନ ଦେଶରେ ।୧୧।
ଭାରତ ମାତାର ସୁଯୋଗ୍ୟ ସନ୍ତାନ ସମସ୍ତେ
ଆମେରେ ଯେତେ ଭଉଣୀ ଭାଇ
ମହାନ୍ ତ୍ରିରଙ୍ଗା ଉଡାଇବା ଆମେରେ ଆମର
ଜାତୀୟ ସଙ୍ଗୀତ ଗାଇ ଗାଇ ।୧୨।
ପରାଧୀନତାର ଶୃଙ୍ଖଳ ଛିଡାଇ ଆମେ ପରା
ସବୁ ହୋଇଛେ ସ୍ବାଧୀନ
କିନ୍ତୁ ସତରେ ଶୋଷଣ କଷଣ ଭରି ରହିଛି
ଯାଇନି ଦୁଃଖଭରା ଦୁର୍ଦ୍ଦିନ ।୧୩।
ଗରବରେ ଆମେ ସମସ୍ତେ କେତେ ଗରବେ
କହୁଛୁ ସ୍ୱାଧୀନ ଫୁଲାଇ ନିଜର ଛାତି,
ଜାତୀୟ ତ୍ରିରଙ୍ଗା ପତାକା ଉଡାଉଛୁ ସରବେ
ଗାଉଛୁ ଆମର ଜାତୀୟ ଗୀତି |୧୪|
ଦୁଃଖର ବିଷୟ ନୂହେଁକି, ଦିନ ଦ୍ବିପହରେ ଆଜି
ମହିଳା ସୁରକ୍ଷିତ ମଣୁ ନାହିଁ
ମନକୁ ପଚାରିବା ଆମେ, ପଞ୍ଚସ୍ତରୀ ବର୍ଷ ପରେ
ଭାରତ ସୁରକ୍ଷା ପାରୁନି ଦେଇ |୧୫|
ଛଅ ପ୍ରକାର ମୌଳିକ ଅଧିକାର ସବୁ ସିନା ଆମ
ସମ୍ବିଧାନରେ ହୋଇଛି ଲିପିବଦ୍ଧ
ସମାନତା କଥା କହୁଛେ, ଅସମତା ମଧ୍ୟରେ ବଞ୍ଚୁଛେ,
ଗରିବ ମଣିଷ ହୁଏନି କି ବଂଚିତ |୧୬|
ଶାନ୍ତି ମୈତ୍ରୀ ଗୀତ ଗାଉଛେ ତ୍ରିରଙ୍ଗାର ନାମେ,
ସତରେ ଶାନ୍ତିରେ ନାହାଁନ୍ତି କେହି
ଅଶାନ୍ତି ଭିତରେ ଆଜିର ମଣିଷ, ଆମ ରାଜନେତା
ଶାସକଙ୍କ ଶୋଷଣରୁ ମୁକ୍ତି ନାହିଁ |୧୭|
ଭୁଲିବାନି ଆମେ ସୁବାସ ବୀରତ୍ୱ, ଭଗତ, ଖୁଦୀ
ରାମ ଓ ବାଜିର ବଳିଦାନ,
ଶାନ୍ତିର ଅସ୍ତ୍ର ଶିଖାଇ ଜାତିର ଜନକ ଜିଣିଥିଲେ
ପରା ବିଶ୍ଵବାସୀଙ୍କର ମନ |୧୮|
ପୂର୍ବ ପୁରୁଷଙ୍କ କେତେ ତ୍ୟାଗ ଓ ସାଧନାର ବଳେ
ଆମେ ହୋଇଲେ ସ୍ବାଧୀନ
ସପନ ରହିଛି, ଶାନ୍ତି ମୈତ୍ରୀ ପାଇଁ ସର୍ବେ ଏକ ହୋଇ
ଏକତା ସୂତ୍ରେ ହେବା ବନ୍ଧନ |୧୯|
ଗାନ୍ଧୀ ଗୋପବନ୍ଧୁ ସୁଭାଷ ଭଗତ ଖୁଦୀରାମଙ୍କ
ସ୍ୱପର ସେହି ଲଢେଇ
ଅହିଂସା ଅସ୍ତ୍ରରେ ଏକ ହୋଇ ଆମେ ଲଢିବା,
ଲଢେଇ ତ ସରିନାହିଁ ସରିନାହିଁ |୨୦|