STORYMIRROR

Bidyadhar Mantry

Abstract Others Children

4  

Bidyadhar Mantry

Abstract Others Children

ପିଲାଦିନର ଗାଁ ଓ ଖେଳ

ପିଲାଦିନର ଗାଁ ଓ ଖେଳ

2 mins
378


ଗାଁ ପରିବେଶ ଆଉ ପିଲାଦିନ

ମନରେ ଉଜ୍ଜୀବିତ ହୁଏ ପ୍ରତି କ୍ଷଣ

ସେଇ ଅଭୁଲା ସ୍ମୃତି ଥିବା ପିଲାଦିନ

ପ୍ରତି ମୁହୁର୍ତ୍ତ ଥିଲା ଏକ ନିଆରା ଆକର୍ଷଣ।


ଗୁରୁଜନ ମାନଙ୍କୁ ଡର ଭୟ ଥିଲା

ଲୁଚି ଲୁଚି ଦୁଷ୍ଟାମି ଚାଲୁ ରହୁଥିଲା

ମାଡ଼ ଖାଇ ଦୁଇ ଚାରି ଦିନ ସୁନା ପିଲା

ପୁଣି ସେଇ ପିଲାଳିଆମି ଚାଲୁ ରହୁଥିଲା।


ଖରା ଦିନେ ଆମ୍ବ ତୋଟାରେ ନୂଆ ନୂଆ ଖେଳ

ଗୁଡ଼ି ଉଡେଇବା ଥିଲା ପ୍ରାୟ ପ୍ରତିଦିନ ଖେଳ

ନଦୀ ପୋଖରୀ ପାଣିରେ ଥାଇ କୋଳାହଳ

କାଦୁଅ ଫିଙ୍ଗା ଫିଙ୍ଗି ପରେ ପରେ ମାଡ଼ ଗୋଳ

ଜଣେ ଅନ୍ୟ ଜଣ ଠାରୁ ବେଶୀ ଜାଣିବା କୌଶଳ

ଖରା ଦିନର ସେଇ ଖେଳ ଥିଲା ବେଶି କୌତୁହଳ

ଖେଳ ସାରି ଘରେ ପହଞ୍ଚିଲେ ମାଡ଼ ଗାଳି ପ୍ରବଳ।


ବର୍ଷା ହେଉଛି କହିଲେ ,ଖୁସି କହିଲେ ନ ସରେ

ସୂଚନା ମିଳୁ ମିଳୁ ଘରୁ ପଳାୟନ ସନ୍ତର୍ପଣରେ

ଲୁଚି ଲୁଚି ଯିବାର ମଜା ପୁଣି ଭୟ ଭରା ମନରେ

ସେଇ ପିଲାଦିନ ବର୍ଷା କଥା,ଏବେ ବି ମନରେ।


ବିନା ଦ୍ବିଧା,ଅସାବଧାନତା ରେ ବାହାରେ ବୁଲିବା

ଘରୁ ବାହାରି ସାଙ୍ଗ ସହ ମିଶି ଓଦା ହେବା

ଖାଲି ଓଦା ନୁହେଁ,ପୁରା ଗାଧେଇଲା ପରି ହେବା

ବର୍ଷାରେ ଭିଜି ଭିଜି,ମନ ଥଣ୍ଡା ପର୍ଯ୍ୟନ୍ତ ଡେଇଁବା

ମନେ ରହୁ ନ ଥିଲା,ଘରକୁ ଗଲେ ମାଡ଼ ଖାଇବା


ରାସ୍ତା କଡର ପାଣି ଦେଖୁ ଦେଖୁ କାଗଜ ର ଡଙ୍ଗା

ପାଣି ଭିତରେ ଚାଲୁ ଥାଉ ଆଗେ ଆଗେ ଡଙ୍ଗା

ପରେ ପରେ ପରଷ୍ପର କୁ ପାଣି ଛିଟିକା ଫିଙ୍ଗା

ପିନ୍ଧି ଥିବା ଡ୍ରେସ୍ ଟାଣି ପାଣିରେ ଫିଙ୍ଗିବା

ଛୋଟ ପ୍ରଜାପତି, ଝିଣ୍ଟିକା ଗୋଡେଇ ଧରିବା

କାଦ ଫିଙ୍ଗା ଫିଙ୍ଗି, ଗୋଡ଼ା-ଗୋଡ଼ି,ମଜା ଆଉ ହସ

ପଡିଗଲେ କେହି,ଚିଡେଇଲା ପରି କଥା ପୁଣି ହସ


ପୋଖରୀ ରେ ବର୍ଷା ପାଣି ଦେଖୁ ଦେଖୁ ଖୁସି

ସନ୍ତରଣ ପ୍ରତିଯୋଗିତା ପୁଣି ପାଟି ହସିହସି

ସନ୍ତରଣ ରେ ବି ଝିକା-ଝିକି ଲଙ୍ଗଳା ପର୍ଯ୍ୟନ୍ତ 

ପୁଣି ହୋ ହାଲ୍ଲା,ପାଟିତୁଣ୍ଡ ,ହାଲିଆ ହେବା ପର୍ଯ୍ୟନ୍ତ


ଘର କୁ ଫେରିଲେ ଗାଳି ଆଉ ଗାଳି,ଆଗ ମା ଗାଳି

ମା ଆଗ ଗାଳି କରିବ ବାପାଙ୍କୁ କହିଦେବି କହିବ

ଗାଳି କରି କରି ମୁଣ୍ଡ ଦେହ ପୋଛି ଦେବ

ଦୁଇ ଚାରି ମାଡ଼ , ନ ହେଲେ କାନ ମୋଡି ଦେବ

ମାଡ଼,ରାଗ ରେ ସ୍କୁଲ୍ ଡ୍ରେସ ଜାଣି ଶୁଣି ଓଦା

ବାହାରେ ବର୍ଷା,ଘର ଭିତରେ ଦୁଷ୍ଟାମି ବନ୍ଧା।


ଥଣ୍ଡା, ସର୍ଦ୍ଦି,ଜ୍ଵର ସଭିଏଁ ଏକା ଥରେ ଆସିଯିବେ 

ବର୍ଷା ଭିଜା ଦେହରେ ଲାଗି ରହି ଥିବେ 

ଦୁଇ ଚାରି ଦିନ ଖାଲି ନାକରୁ ପାଣି ବାହାରିବ

ସ୍କୁଲ୍ ଯିବାର ନାହିଁ,ଖୁସି ସେଇ ବର୍ଷା ହେଉଥିବ ।


ବର୍ଷା ଏବେ ବି ହେଉଛି ପିଲାଙ୍କ ଖେଳ ବି ହେଉଛି

ବର୍ଷା ଦେଖି ଆଜିର ପିଲାଏ ଘର ଭିତରେ ରହୁଛି

ବର୍ଷା ଭିଜା ର ଆନନ୍ଦ ଥିଲା,ସେଇ ପିଲା ଦିନ

ମୋବାଇଲ୍ ଆଢ଼ୁଆଳେ ଆଜି ପିଲାଙ୍କ ବର୍ଷା ଦିନ।


 ସେଇ ଗାଁ , ପିଲାଦିନ କେବଳ ରହିଛି ମନରେ

 ପିଲାଦିନ ସ୍ମୃତି ସହ ଜୀବନ ବଞ୍ଚିଛି ଏଠାରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract