STORYMIRROR

SARATA KUMAR DAS

Children Stories Inspirational

3  

SARATA KUMAR DAS

Children Stories Inspirational

ଆମେ ସବୁ କୁନି କଅଁଳ କଳିକା

ଆମେ ସବୁ କୁନି କଅଁଳ କଳିକା

2 mins
153

ଆମେ ସବୁ କୁନି କଅଁଳ କଳିକା

ଆସନ୍ତା କାଲିର ଫୁଲ

ହସି ହସାଇବୁ ଏ ସାରା ମୂଲକ

ହସୁଥିବ ବଣ ବିଲ  ।।

ସୁବାସରେ ଆମେ ଭରିଦେବୁ ମହୀ

ସ୍ନେହ ଶାନ୍ତି ଯିବ ପୂରି

କାହାରି ମନରେ ଦେବୁ ନାହିଁ ଦୁଃଖ 

ଖୁସି ପଡିବରେ ଝରି ।।

କଥାରେ କାମରେ ନିରନ୍ତର ଆମେ 

ରଖିବୁରେ ତାଳ ମେଳ

ସତ୍ୟ ଧର୍ମ ପଥେ ସଦା ଚାଲିବୁରେ

ବହୁ ପଛେ ଯେତେ ଝାଳ ।।

ସବୁରି ଆଖିରୁ ପୋଛିଦେବୁ ଲୁହ

ହେବୁରେ ଜଗତ ଜିତା

ମଧୁର ବଚନେ ମନ କିଣିନେବୁ

ଉଚେ ରଖିଥିବୁ ମଥା    ।।

କହିବୁନି ଆମେ ପଦଟିଏ ମିଛ

ସତ ପଥେ ଥିବ ମନ

ଗୋଟିଏ ମିଛରୁ ଶହେ ମିଛ ସୃଷ୍ଟି 

ଯିବ ସିନା ସନମାନ   ।।

କହିବୁରେ ସତ ହେଉ ପଛେ କଷ୍ଟ 

ଡରିବୁନି ଆମେ କେବେ

ଆସୁ ଯେତେ ଝଡ ଆସୁ ଯେତେ ଝଂଜା

ପ୍ରାଣ ଯାଉ ପଛେ ଯେବେ   ।।

ନଇଁବୁନି ମଥା କେବେ କାହା ଆଗେ

ହେଉ ପଛେ ବଳଶାଳୀ 

ଗୁରୁ ଗୁରୁଜନ କଥା ମାନୁଥିବୁ

ବିପଦ ଯିବରେ ଟଳି   ।।

ଆଜି ଆମେ ଛୋଟ ହେବୁ କାଲି ବଡ

ଉଡିବୁରେ ଆକାଶରେ

କର୍ମ କରି ଯିବୁ ସଦା ବୀର ପରି

ନାଁ ରହିଥିବ ମାଟିରେ  ।।

ଆମେ ସବୁ କୁନି କଅଁଳ କଳିକା

ଆସନ୍ତା କାଲିର ଫୁଲ

ସ୍ନେହ ସମ୍ପର୍କର ବନ୍ଧନ ଆମର

ସଦା ଯେ ଅମୂଲ ମୂଲ   ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍