STORYMIRROR

Bishwaranjan Tripathy

Others Children

3  

Bishwaranjan Tripathy

Others Children

ମନେପଡେ

ମନେପଡେ

2 mins
258


ମନେପଡେ ସେଇ ପିଲାଦିନ ର କାହାଣି;

ସେଇ ରାଗ ସେଇ ରୁଷା

କେତେ ମାନ- ଅଭିମାନ

କେତେ ଥଟ୍ଟା କେତେ ମଜ୍ଜା

ଆଜି ସବୁ ମନେପଡେ।।

ସେଇ ହସ ସେଇ ଲୁହ

ସେଇ ଦୁଃଖ ମନର କୋହ

ତାର ସାଥେ ମାଡପିଟି

ହୁଏ ପୁଣି କେତେ କଟି

ଆଜି ସବୁ ମନେପଡେ।।

ସେଇ ସାଙ୍ଗ ସେଇ ସାଥି

ସେଇ ଖେଳ ଦାଣ୍ଡ ଧୂଳି

ପିଲା ଖେଳ ବୋହୁ ଚୋରି

ତାର ସାଥେ ବାପାଙ୍କ ଗାଳି

ଆଜି ସବୁ ମନେପଡେ।।

ସେଇ ଦାଣ୍ଡ ସେଇ ଧୂଳି

ତାର ସାଥେ ରଜ ଦୋଳି

ପାନ ସାଙ୍ଗେ ତାସ ଖେଳ

ହୁଏ ଖେଳ ପୁଣି କବାଡି

ଆଜି ସବୁ ମନେପଡେ।।

ଚନ୍ଦନ ସାଥେ ପଂଚୁକ

ଜାଗର ସହ ଦୋଳ ଯାତ

ହୁଏ ପୁଣି ପଟୁଆର

ଜମଇ ଦୋକାନ ବଜ଼ାର

ଆଜି ସବୁ ମନେପଡେ।।

ସେଇ ଘର ସେଇ ବାରି

ମାଛ ଧରା ସେଇ ପୋଖରୀ

ପୋଖରୀ ଗାଧୁଆ ସାଥେ

ଚାଲେ କେତେ ପହଁରା ପହଁରି

ଆଜି ସବୁ ମନେପଡେ।।

ସେଇ ଖେଳ ସେଇ ଦେଉଳ

ମ୍ୟାଚ ଖେଳ ଖରାବେଳ

ଖାଲି ପେଟ କେତେ ନାଟ

ମନ ଖାଲି ଛଟ ପଟ

ଆଜି ସବୁ ମନେପଡେ।।

ସେଇ କ୍ଷେତ ଆମ୍ବ ଡାଳ

ସାଙ୍ଗ ସାଥି ତାସ ଖେଳ

ତାର ସାଥେ ବେଲ ଚୋରି

ପଣା ହୁଏ ଢାଳ ଢାଳ

ଆଜି ସବୁ ମନେପଡେ।।

ସେଇ ନଟୁ ସେଇ ବାଟି

ସାଙ୍ଗ ସହ କେତେ ଖଟି

ପାଖ ଗାଁ ମ୍ୟାଚ ଦେଖା

ଥିଲା ସେ ମଜା ଅନୋଖା

ଆଜି ସବୁ ମନେପଡେ।।

ସେଇ ଦିନ ସେଇ ରାତି

କେତେ ଖରା କେତେ ତାତି

ମାମୁ ଘର ବୁଲାବୁଲି

ଅଜାଙ୍କର ପଶା ପାଲି

ଆଜି ସବୁ ମନେପଡେ।।

ସେଇ କଥା ସେଇ ବ୍ୟଥା

ବାପାଙ୍କର ଅତୁଟ ଆସ୍ଥା

ପୁଅ ଦିନେ ବଡ ହେବ

କରିବ ମୋ ମଥା ଉଚ୍ଚା

ଆଜି ସବୁ ମନେପଡେ।।

ନାହିଁ ଆଉ ସାଙ୍ଗ ସାଥି

ଅଛି ଖାଲି ଯେତେ ସ୍ମୃତି

ସେ ସ୍ମୃତିକୁ ଭାବି ଭାବି

ଦିନ ସବୁ ଯାଏ ବିତି

ଆଜି ସବୁ ମନେପଡେ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍