STORYMIRROR

Bishwaranjan Tripathy

Tragedy

3  

Bishwaranjan Tripathy

Tragedy

ଜୀବନ ଏକ ମରୁପଥ

ଜୀବନ ଏକ ମରୁପଥ

1 min
267

ଏ ଜୀବନ ଅଟେ ଏକ ମରୁପଥ


ପଥେ ଖାଲି ଚୋରାବାଲି


ସେ ଚୋରାବାଲିରେ ଚାଲି ମୁଁ ଜାଣେନି


ଗୋଡ ଖସିଯାଏ ଖାଲି।


କେମିତି ଚାଲିବି ଏ ଜୀବନ ପଥ


ରାସ୍ତା ଅଟେ ପରା ଲମ୍ବା


ଚାହିଁଲେ ଆଗକୁ ଦିଶେନାହିଁ କିଛି


ଚତୁର୍ଦ୍ଦିଗ ଲାଗେ ଖାଁ ଖାଁ।


ନିଜେ ଲୋକ ଯେତେ,ପଥେ କଣ୍ଟା ହୋଇ


ଫୁଟିଯାନ୍ତି ପାଦରେ


ପଦରୁ ରୁଧିର ଝରିପଡ଼ିଲେ ବି


ଚାଲିବାକୁ ପଡେ କଷ୍ଟରେ।


ଏ କ୍ଷତ ପାଦରେ, ତତଲା ବାଲିପରେ


ପାଦ ନବଢେ ଆଗକୁ


ଏମିତି ବେଳାରେ,ଖରାପ ସ୍ଥିତିରେ


ଆଶା କରିବୁ କାହାକୁ।


ଆଶା ପରା ସେହି,ଏକା କାଳିଆ ଠାକୁର


ତା ଶରଣେ ଅଛି ମୁଁହି


ମାରିଲେ ମାରିବ, ତାରିଲେ ତାରିବ


ସବୁ ବୁଝିବ ପରା ସେହି।


ଆଶା ଅଛି ବିପଦୁ ଉଧାରିବ ନିଶ୍ଚେ


ସିଏ ପରା ଜଗତ ଠାକୁର


ଅନ୍ୟାୟକୁ କାଟି, ଅନ୍ୟାୟୀ କୁ ଦଣ୍ଡି


ପରଷିବ ନ୍ୟାୟ ନିଜ ହାତର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy