" ଚିଠି "
" ଚିଠି "
ବେଦନାର ପ୍ରତିଟି ସ୍ପର୍ଶ
ଚେତନାର ଗୋଟି ଗୋଟି ଦୃଶ୍ୟ ,
ଖୁବ୍ ନିରୋଳାରେ
ପୁରା ଏକାନ୍ତରେ ,
କିଏ ବା ଶୁଣିବ ଅବା
କାହାକୁ କହିବି ...
ଏ ଅନ୍ତଃସ୍ଵର କଥା ପୁଣି
ଏ ପଞ୍ଜରାର ବ୍ୟଥା ।
ତୁମ ଅନୁଭବର ସ୍ପର୍ଶ
ସ୍ଵପ୍ନଫେଣୀ ରକ୍ତଭରା ଦୃଶ୍ୟ ,
ନିଶୁନ ପ୍ରହରେ
ଭରା ନିଶିଟାରେ ,
କେମିତି ସହିବି ଅବା
କାହାକୁ ସମ୍ପିବି ...
ଏ ହୃଦୟ ଯନ୍ତ୍ରଣା ପୁଣି
ଏ ବିବେକ ଗଞ୍ଜଣା ।
ସେ ଫଗୁଣର ରଂଗ ସ୍ପର୍ଶ
ଶ୍ରାବଣର ଅତିନ୍ଦ୍ରେୟ ଦୃଶ୍ୟ ,
ଘନ ବିଳାପରେ
ସୁପ୍ତ ସିନ୍ଧୁ ତୀରେ ,
କେମିତି ଲେଖିବି ଅବା
କଅଣ ଲେଖିବି ...
ସ୍ନେହରେ ତୁମରି ନାଁ ପୁଣି
ଇତି ବି ତୁମରି ନାଁ ।
