STORYMIRROR

Bishwaranjan Tripathy

Tragedy

3  

Bishwaranjan Tripathy

Tragedy

ଏ ମଣିଷ ସମାଜ

ଏ ମଣିଷ ସମାଜ

1 min
198

ଏ ମଣିଷ ସମାଜ ଆଜି ପଶୁ ପାଲଟିଛି

ହୋଇ ଅନ୍ଧ ମୁକ ବଧିର

ସ୍ୱାର୍ଥପଛେ ଧାଏଁ ଅନ୍ଧପରି

ଠିକ ଭୁଲ ର ନକରି ବାଛବିଚାର।


ମିଠା ମିଠା କଥା କହି 

କରନ୍ତି ପରକୁ ନିଜର

ଉପର ମନରେ ସମ୍ମାନ କରନ୍ତି

ଅନ୍ତରେ ନଥାଏ ଖାତିର।


ସ୍ୱାର୍ଥ ଆଶେ ଯାହା ଚାଟୁକାର ହୋଇ

ଭଲେଇ ହୁଅନ୍ତି ଅନ୍ୟର ପାଖର

ଗପନ୍ତି ଅନ୍ୟର ବିରୁଦ୍ଧେ ଯେତେକଥା

ଯାହା ଥାଏ ତାଙ୍କ ନିଜ ପାଖର।


ଠିକ ଲୋକଙ୍କୁ ଦର୍ଶାନ୍ତି ସେ ଭୁଲ

କରି ଚକ୍ରାନ୍ତ ଉଚ୍ଚମାନର

ନିଯେ ଯେବେ ନିଜ ଜାଲରେ ପଡନ୍ତି

କୁହନ୍ତି ପ୍ରଭୁ ଆମକୁ ରକ୍ଷାକର।


ସେହିଭଳି ଲୋକ ଏ ସମାଜ ପାଇଁ

ଅଟନ୍ତି ବିଷ ସଦୃଶ ପରି

ଯାଆନ୍ତି ଯୁଆଡେ ମାଡନ୍ତି ସିଆଡେ

ନିର୍ମୂଳି ଲତା ମାଡୁଥାଏ ଯେପରି।


ନଥାଏ ତାଙ୍କର ମୂଳ ଆଉ ଡାଳ

ପୁଣି ନଥାଏ ତାଙ୍କର ଆକାର

ତଥାପି ସେମାନେ ରଙ୍ଗ ବଦଳାନ୍ତି

ଠିକ ବହୁରୂପୀ ଏଣ୍ଡୁଅ ପ୍ରକାର।


Rate this content
Log in

Similar oriya poem from Tragedy