STORYMIRROR

Bishwaranjan Tripathy

Tragedy

3  

Bishwaranjan Tripathy

Tragedy

ମିଛ ସମ୍ପର୍କ

ମିଛ ସମ୍ପର୍କ

1 min
204

ମୋର ଚାରିପାଖେ ଅନେକ ଲୋକ

ଅଟେ ତାଙ୍କ ସହ ମିଛ ସମ୍ପର୍କ।

କିଛି ନୂଆ ସହ କିଛି ପୁରୁଣା

ହୋଇଲେଣି ପୁଣି କେତେ ଅଜଣା।

ତଥାପି ଲାଗେ କାଇଁ ଅଣନିଃଶ୍ୱାସୀ

ମିଳନ୍ତିନି କେହି ସମ୍ପର୍କେ ବିଶ୍ୱାସୀ।

ସମ୍ପର୍କ ହେଲାଣି ଭାରି ପୁରୁଣା

ତଥାପି ଲାଗନ୍ତି କାହିଁ ଅଜଣା।

ବୁଝି ହୁଏନାହିଁ ତାଙ୍କ ଜୀବନ ମନ୍ତ୍ରଣା

ତେଣୁ ମନେ ପାଉଥାଏ ବହୁ ଯନ୍ତ୍ରଣା।

ବ୍ୟବହାର ତାଙ୍କ ଉପରେ ଭଲ

ଭିତରେ ଭିତରେ କାଟନ୍ତି ଚେର।

କରନ୍ତି କାହିଁ ଏମିତି 

ମନେ ଭାବୁଥାଏ ନୀତି।

ବୋଧହୁଏ ଅନ୍ୟକୁ ଦୁଃଖରେ ଦେଖି 

ସେମାନେ ଖୁସି ପାଆନ୍ତି।

ପ୍ରଭୁ ସଦବୁଦ୍ଧି ତାଙ୍କୁ ଦିଅ 

ଭଲପଥେ ତାଙ୍କୁ କଢ଼େଇ ନିଅ।

ଏତିକି ହୋଇଲେ ଭାବେ

ବଦଳିବ ସମୟ ନିଶ୍ଚେ।

ମନେ ମୋ ଏତିକି ଆଶା

କରିବନି ପ୍ରଭୁ କେବେ ନିରାଶା।

ଭ୍ରାତୃ ସମ୍ପର୍କେ ଦୁନିଆ ହେଉ ଆବଦ୍ଧ

ନରହୁ ସେପାଇଁ କିଛି ବାଧ।

ସେମିତି ଯଦି ନଘଟେ କିଛି

ଦୁନିଆ କରିବ ଛି ଛି।

ବୁଝିବା ସେମାନଙ୍କୁ ବହୁତ କଷ୍ଟ

ତାଙ୍କଠୁ ଦୂରେଇ ରହିବା ଶ୍ରେଷ୍ଠ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy