STORYMIRROR

Bishwaranjan Tripathy

Abstract Classics Children

4  

Bishwaranjan Tripathy

Abstract Classics Children

ଇଚ୍ଛା ହୁଏ

ଇଚ୍ଛା ହୁଏ

1 min
222

ଇଚ୍ଛା ହୁଏ ଆଜି କାଇଁ

ଅତୀତକୁ ଫେରିଯିବା ପାଇଁ

ଫେରିଯାଇ ଜୀବନକୁ

ଆଉଥରେ ବଞ୍ଚିବା ପାଇଁ।

ବାଲ୍ୟ ବେଳ ଥିଲା ଭଲ

ନଥିଲା ଆପଣା ପର

ନଥିଲା ଚିନ୍ତା ଭାବନା

ବିତୁଥିଲ ସୁଖେ ଜୀବନ।

ପିଲା ବେଳ ସ୍କୁଲ୍ ଦିନ

ଥିଲା ସେଜେ ମୂଲ୍ୟବାନ

ସେହି ମୂଲ୍ୟ ଆଜି ବୁଝେ

ଏଇ ମୋ ଅବୁଝା ମନ।

ସ୍କୁଲ୍ ପରେ ଗାଁ ପଡିଆ

ସେଠି ଥିଲା ଖେଳ ବଢିଆ

ଖେଳି ଖେଳି ଭୁଲୁଥିଲୁ

ଟୁଇସନ୍ ପାଠ ପଢିବା।

ବାଲ୍ୟ ଗଲା ଯୌବନ ଆସିଲା

କଲେଜ ଦିନ ସେହି ଅଭୁଲା

କ୍ଲାସ ପରେ ସାଙ୍ଗଙ୍କ ସହ ଖଟି

ମେସ ଦିନସବୁ ମନେପଡେ ନିତି।

ଶନି,ଓ ରବିବାର ରେ

ସଭିଏଁ ମିଶି ଯାଉ ନଦୀ ତିରେ

ଗାଧୁଆ ସଙ୍ଗେ, ସଙ୍ଗେ ଚାଲେ

ଚିଙ୍ଗୁଡ଼ି ଧରୁଥିଲୁ ଜାଲେ।

କଲେଜ୍ ରେ ପାଞ୍ଚ ବର୍ଷ

ହୋଇଛି ମଜା ଅନେକ

କେତେବେଳେ ବାର୍ଷିକ ଉତ୍ସବରେ

ପୁଣି କେବେ ଇଲେକ୍ସନ ରେ।

କଲେଜ୍ ପଢା ସରିଲା ପରେ

ଦୌଡ଼ିଲୁ ଚାକିରୀ ପଛରେ

ପରିଶ୍ରମ ଅନେକ କଲୁ

ଫଳ କିଛି ପାଇଗଲୁ ।

ଏତେସବୁ କରିଲା ପରେ

ତଥାପି ଆଜି ମନ ଝୁରେ

ଫେରିଯିବା ପାଇଁ ଥରେ

ପୁରୁଣା ଦିନକୁ ବାରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract