STORYMIRROR

Bishwaranjan Tripathy

Classics Inspirational Others

3  

Bishwaranjan Tripathy

Classics Inspirational Others

ନେତାଜୀ

ନେତାଜୀ

1 min
229

ନେତାଜୀ ତୁମେ ଜନ୍ମ ନେଲ 

       ଆମ କଟକ ସହରେ

ଆମେ ଓଡ଼ିଶାବାସୀ ଗର୍ବ କରୁ

       ଭାରତ ଦେଶେ ତୁମରି ନାମରେ ।


ଜାନୁଆରୀ ୨୩ ତାରିଖ

         ଅଟେ ତୁମ ଜନ୍ମଦିନ

ତୁମ କର୍ମ ପାଇଁ ବଢେ

        ଦେଶର ଗୌରବ,ଯଶ,ନାମ ।



କଣ୍ଟା କୁ କଣ୍ଟାରେ କାଢ଼ିବା 

         ଥିଲା ତୁମର ମୂଳ ମନ୍ତ୍ର

ସେହି ମନ୍ତ୍ର ବଳେ ଭାଙ୍ଗିଲା

         ଫିରଙ୍ଗୀ ଙ୍କ ଯେତେ ସବୁ ତନ୍ତ୍ର ।



ଆଜାଦ ହିନ୍ଦ ଫୌଜ

       ତୁମେ ଗଠନ କରିଥିଲ

ନାରା ଦେଇଥିଲ

       ସର୍ବେ ଦିଲ୍ଲୀ ଚଲୋ ।



ତୁମ ଆହ୍ୱାନରେ 

      ତାତିଲେ ଦେଶ ବାସୀ

ଦେଶ ପାଇଁ ପ୍ରାଣ ଦେଲେ

      ସର୍ବେ ହସି ହସି ।



ପୁଣି ତୁମେ କହିଥିଲ

      ଏ ଦେଶ ବାସୀଙ୍କୁ

ତୁମେ ମତେ ରକ୍ତ ଦିଅ

      ସ୍ୱାଧୀନତା ମୁ ଦେବି ତୁମକୁ।



ଗାନ୍ଧୀଙ୍କର ମତ ସଙ୍ଗେ 

       ମିସିଲାନି ସିନା ତୁମ ମତ

ଉଭୟଙ୍କ ଶେଷ ଲକ୍ଷଥିଲା

       ସ୍ୱାଧୀନ ଭାରତବର୍ଷ।



ତୁମ ଲକ୍ଷ ପଥେ

      ତୁମେ ହେଲନି ସଫଳ

ବିଭିନ୍ନ ଚକ୍ରାନ୍ତ କଲା

      ତୁମ ଶକ୍ତି କୁ ଦୁର୍ବଳ।



ସେ ଚକ୍ରାନ୍ତ ଦେଇ ଦେଲା 

       ତୁମକୁ ଦଣ୍ଡ ନିର୍ବାସନ 

ସେଇ ନିର୍ବାସନ ହେଲା

      ତୁମ ସାଥେ ଶେଷ ଦର୍ଶନ।



ତୁମ୍ଭ ଭଳି ବରପୁତ୍ର ପାଇ

       ଏଦେଶ ଯେ ଗର୍ବୀତ

ଜନ୍ମ ନେଇ କଟକରେ

       ଟେକ ରଖିଲ ଓଡିଶା ମଥା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics