STORYMIRROR

Bishwaranjan Tripathy

Abstract Children

3  

Bishwaranjan Tripathy

Abstract Children

ପୁସ୍ତକ

ପୁସ୍ତକ

1 min
248

ପୁସ୍ତକ ଅଟେ ପରା ଜୀବନ

ଅଟେ ସେ ଅମୃତ ସମ୍ମାନ

ତା ବିନା ଆମ ଜୀବନ ଶୂନ୍ୟ।


ପୁସ୍ତକକୁ ସର୍ବେ କର ଯତନ

ଅଟେ ସେ ଆମର ଅମୂଲ୍ୟ ରତନ।

ତା ବିନା ଜୀବନ ଶୂନ୍ୟ।


ପୁସ୍ତକ ଦିଅଇ ଶିକ୍ଷା ଅନେକ 

ମାର୍ଜିତ କରଇ ଆମ୍ଭ ଜୀବନ

ତା ବିନା ଆମ୍ଭ ଜିବନ ଶୂନ୍ୟ।


ଗନ୍ତାଘର ଅଟେ ସେ ଜ୍ଞାନର

ସଜାଡେ ସେ ଭବିଷ୍ୟତ ଆମର

ଦେଇଥାଏ କେତେ ଅମୂଲ୍ୟ ଜ୍ଞାନ

ତା ବିନା ଆମ୍ଭ ଜିବନ ଶୂନ୍ୟ।


ଅନ୍ଧାରରେ ପଥ ଦେଖାଇ ଥାଏ,

ବୁଦ୍ଧି ଜ୍ଞାନ ଯେତେ ତାହାଠୁ ମିଳେ

ନେଇ ନଥାଏ କେବେ ଧନ ରତନ

ତା ବିନା ଆମ୍ଭ ଜୀବନ ଶୂନ୍ୟ।


ତାର ପାଖେ ଆମ୍ଭେ ସଭିଏଁ ରୁଣି

କହିଲେ ସରିବ ନାହିଁ ତା କାହାଣୀ

କାହାଣୀ ଅଟେ ତା ପୁରାତନ

ତା ବିନା ଆମ୍ଭ ଜୀବନ ଶୂନ୍ୟ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract