STORYMIRROR

Bishwaranjan Tripathy

Classics Others

3  

Bishwaranjan Tripathy

Classics Others

ବାହୁଡ଼ା ଯାତ୍ରା

ବାହୁଡ଼ା ଯାତ୍ରା

1 min
243

ନଅ ଦିନ ପାଇଁ ଆସିଥିଲୁ ଧାଇଁ

ମାଉସୀ ଘରକୁ ତୁହି

ସାଥେ ଥିଲେ ପୁଣି ସ୍ନେହର ତୋର

ସାନ ଭଉଣୀ ଓ ବଡ ଭାଇ।

ମାଉସୀ ହାତର ପୋଡପିଠା ଖାଇ

ଭୁଲିଗଲୁ ଅବଢାକୁ

ଲଷ୍ମୀ ମାଙ୍କୁ ମୋ ଏକା କରିଦେଇ

ବସି ଖାଉଛୁ ମାଉସୀ ହାତ ରନ୍ଧାକୁ।

ମା ସାଆନ୍ତାଣୀ ଅକେଲା ରହିଲେ

ଛାଡି ତ ଆସିଲୁ ତୁହି

ହେରାପଞ୍ଚମିରେ ଅଭିମାନେ ଆସି

ଭାଙ୍ଗିଲେ ତୋ ନନ୍ଦିଘୋଷ ପହି।

କହିଲେ ଛଳିଆ କାଳିଆ ତ ତୁମେ

ଆସିଲ ଭଉଣୀ ଭାଇଙ୍କୁ ନେଇ

ଭାବିଲନୀ ଟିକେ ଆସିଲ କେମିତି

ଧର୍ମପତ୍ନୀ ଟାକୁ ଘରେ ଏକା କରିଦେଇ।

ବହୁ କଷ୍ଟେ ତାଙ୍କୁ ବୁଝେଇ ସୁଝେଇ

ଫେରେଇଦେଲୁ ଶ୍ରୀମନ୍ଦିରେ

ଆଜି ବାହୁଡା ରେ ଫେରିବୁ ବୋଲି ତୁ

ମା'ଙ୍କ ଖୁସି କହିଲେ ନସରେ।

ମନେ ଖୁସି ହୋଇ ରହିଛନ୍ତି ଚାହିଁ

ଲଷ୍ମୀ ମା ସାଆନ୍ତାଣି

ବିଭିନ୍ନ ବ୍ୟଞ୍ଜନ ହାତେ ରାନ୍ଧିଛନ୍ତି

ଭୁଞ୍ଜିବେ କାଳିଅ ଗଞ୍ଜନ ଆଜି।

ସଞ୍ଜ ଯାଇ ଯେବେ ରାତି ତ ହୋଇଲା

ନଫେରିଲ ରତ୍ନ ସିଂହାସନେ

ଅପେକ୍ଷା ରେ ରହି

ହଳଦୀ ମୁଖ ଯାଇଛି ସୁଖୀ।

ଖବର ପଠେଇ ମାଙ୍କ ପାଖକୁ

ଦେଲ ତ ସବୁ ଜଣେଇ

ଆଉ ଦୁଇଦିନ ବଡଦାଣ୍ଡେ ରହି

ଭକ୍ତଙ୍କୁ ଦର୍ଶନ ଦେବା ପାଇଁ।

ଆହୁରି ଅପେକ୍ଷା କରିବାକୁ ହେବ

ଗୋଟେ ନୁହଁ ଦୁଇଦିନ

ଅପେକ୍ଷା କରିଣ ହଳଦୀ ମୁଖ

ଦିଶୁଛି ଆଜି ବିବର୍ଣ୍ଣ।

ଦୁଇଦିନ ପୁଣି ବଡଦାଣ୍ଡେ ରହି

ଦର୍ଶନ ଦେଲୁ ପରା ସୁନାବେଶ

ସେବେଶକୁ ଦେଖି ଭକ୍ତଙ୍କର ଆଖି

ପବିତ୍ର ହୋଇଲା ଜାଣ।

ଆଉ ଏକ ନୀତି କରିଲୁ ତୁ ସେଠି

ଥିଲା ତାହା ଅଧରପଣା

ତାକୁ ପିଇଦେଇ ଅଶରୀରି ଯେତେ

ମୋକ୍ଷ ଲଭିଲେ ଏ ଜଗତେ।

ସବୁ ନୀତି ସାରି ଆସିଲୁ ତୁ ଫେରି

ରତ୍ନସିଂହାସନେ ରାତେ ରାତେ

ଦେଖି ତତେ ମା ଖୁସିରେ ବିଭୋର

ପ୍ରତୀକ୍ଷାର ଅନ୍ତ ହୋଇଗଲା ସତେ।



Rate this content
Log in

Similar oriya poem from Classics