STORYMIRROR

KRUTIBAS NAYAK

Classics Inspirational

4  

KRUTIBAS NAYAK

Classics Inspirational

ଚିତ୍ର ଚରିତ - 55 କବିତା: ଆମ ଶରୀର

ଚିତ୍ର ଚରିତ - 55 କବିତା: ଆମ ଶରୀର

1 min
241

ଅସ୍ଥି ମଜ୍ଜା ମାଂସ ଚର୍ମ ରକ୍ତ କଫ ପିତ୍ତରେ ଗଢା ଶରୀର,

ସେହି ଶରୀରଟି ଈଶ୍ଵରଙ୍କ ସୃଷ୍ଟି ଦେବ-ଦେବୀଙ୍କ ମନ୍ଦିର |


ମସ୍ତିସ୍କରେ ବିଷ୍ଣୁ ସ୍କନ୍ଧେ ମହାଲକ୍ଷ୍ମୀ କଣ୍ଠେ ବିଜେ ସରସ୍ଵତୀ,

ଚକ୍ଷୁ ଚନ୍ଦ୍ର ସୂର୍ଯ୍ୟ ଲଲାଟରେ ଶିବ ହୃଦୟରେ ବେଦପତି |


ଗର୍ଭରେ ବରୁଣ ଦୁଇହସ୍ତ ଇନ୍ଦ୍ର, ଅଗ୍ନି ବସନ୍ତି ତୁଣ୍ଡରେ,

ପବନ ଦେବତା ନାଶାରେ ଚାଲନ୍ତି ଗଙ୍ଗା ବହନ୍ତି କାନରେ |


ନାଭିରେ ଆମର ଅଗ୍ରପୂଜ୍ୟ ଦେବ ଗଣପତିଙ୍କର ବାସ,

ରାହୁ-କେତୁ ଦୁହେଁ ଦୁଇଗୋଡ଼ ହୋଇ ସହୁଛନ୍ତି ସବୁ କ୍ଲେଶ |


ଧର୍ମର ଦେବତା ଦୁଇପାଦ ଥାଇ ବିଚାରନ୍ତି ପାପ-ପୁଣ୍ୟ,

ପ୍ରକୃତି ପୁରୁଷ ସର୍ଜନା କରାନ୍ତି ଧରି ଭିନ୍ନଭିନ୍ନ ନାମ |


ମନ-ବିବେକଙ୍କୁ ଜଗିଥା'ନ୍ତି ପୁଣି ଆତ୍ମା ସୂକ୍ଷ୍ମ ରୂପଧରି,

ଜୀବନ ଛାଡ଼ିଲେ ସକଳ ଦେବତା ସ୍ଵଗୃହେ ଯାଆନ୍ତି ଫେରି |



Rate this content
Log in

Similar oriya poem from Classics