ମଣିଷ
ମଣିଷ
ଏଇ ମଣିଷ ହିଁ ଅତି ଦୀନ-ହୀନ ଅସହାୟ ହୋଇଥାଏ,
ଏଇ ମଣିଷ ହିଁ ତ୍ୟାଗ-ସେବା କର୍ମଫଳେ ପୁଣି ବଡ଼ହୁଏ ।
ଏଇ ମଣିଷ ହିଁ ପ୍ରେମ ବନ୍ଧନରେ ଦୁନିଆକୁ ବାନ୍ଧିପାରେ,
ଏଇ ମଣିଷ ହିଁ କ୍ରୋଧ ଲୋଭ ବଳେ ନିଜେ ନିଜ କ୍ଷତିକରେ ।
ଏଇ ମଣିଷ ହିଁ ଦେବତା-ଈଶ୍ୱର, ମହାତ୍ମା-ପୁଣ୍ୟାତ୍ମା ହୁଏ,
ଏଇ ମଣିଷ ହିଁ କୁକର୍ମରେ ଥିଲେ ପଶୁ ସଂଗେ ତୁଲ୍ୟ ନୁହେଁ ।
ଏଇ ମଣିଷ ହିଁ ହାତ-ଗୋଡ଼ ଥାଇ ଦରିଦ୍ର ଭିକାରି ସାଜେ,
ଏଇ ମଣିଷ ହିଁ ସବୁ ଦାନକରି ଶାନ୍ତି-ମୁକ୍ତି ପଥ ଖୋଜେ ।
ଏଇ ମଣିଷ ହିଁ ନିଜବୁଦ୍ଧି ବଳେ କିଣିପାରେ କୋଟି ମନ,
ଏଇ ମଣିଷ ହିଁ ଶ୍ରମ-ନିଷ୍ଠା ବଳେ ବସେ ପାଇ ଉଚ୍ଚସ୍ଥାନ ।
ଏଇ ମଣିଷ ହିଁ ଅଥଳ ଜଳରୁ ତୋଳି ପାରୁଛି ରତନ,
ଏଇ ମଣିଷ ହିଁ ଚନ୍ଦ୍ର-ମଙ୍ଗଳରେ କରିପାରୁଛି ଭ୍ରମଣ ।
