ଅନ୍ତଃ ଶୂନ୍ୟ
ଅନ୍ତଃ ଶୂନ୍ୟ
ଆରମ୍ଭ କରିବି ଅବା କେଉଁ ଠାରୁ ଯଥା
ହା ହା ମୟ ଯନ୍ତ୍ରଣା ଜୀବନର ଗାଥା ।।
ଦୁଃଖ ଚିର ସହଚରୀ ବାନ୍ଧବୀ ପରାୟେ
ଖାଇବାକୁ ମୁୁୁଠେ ନାହିଁ ଦାରିଦ୍ର୍ୟ ଥରାଏ ।।
ଭଲକୁ ଭାଲ ଆପଣେ ହୁଏ ନୃଶଂସ
ନୃଶଂସ ଧନ୍ୟବାଦ ଏହା ସଦା ପ୍ରଶଂସ ।।
ପ୍ରତିବାଦେ ରକତ ଝରେ ଅନ୍ୟାୟ ଧାରେ
ମୁହଁ ଖୋଲା ମଣିଷ ଅଧାରୁ ସଢି ମରେ ।।
ସତ୍ୟ କଥନ ଆଜି ଟାଣ ମୁହେଁ ମନ୍ଥନ
ବାପୁଜୀ କାହିଁ ? ଏଠି ଜୀବନ ଛିନ୍ନବିଛିନ୍ନ ।।
ବାବାଜୀ ପଞ୍ଚାକ ଯେତେ କଂସାସୁର ତୂଳେ
ଚିନ୍ତନ ନାହିଁ ଜନ୍ମ ନର ଘାତକ କୋଳେ ।।
ହା ହୁତାଶ ଜଳୁଅଛି ଖାର ଏ ଜୀବନ
କେ ବୁଝିଛି ଅନ୍ତଃ ବ୍ୟଥା ମାନସ ଜ୍ଜଳନ ?
ଚରା ଥୁଣ୍ଟାଇ ଉଡିବା ପ୍ରୟାସ ପୂର୍ବରୁ
ଫାଶେ ଫଶଇ ପକ୍ଷୀ ରକ୍ଷା କାହିଁ ଲୁବ୍ଧକରୁ ।।
ଯହିଁ ତହିଁ କ୍ଷେପୁ ଏଇ ପକ୍ଷୀ କ୍ଷୁଦ୍ର ବପୁ
ରକ୍ଷା ନାହିଁ ହିଂସା ମାଟି ମ୍ଳାନ ସାଧୁ ବପୁ ।।
ପ୍ରତି ଉତ୍ତରେ ସହିବା ଲୋକ ହିଁ ତ ବୋକା
ଖଚରଠୁ ବଳି ହୀନ ସଦା ପାଏ ଧକ୍କା ।।
ମହ ମହ କାମନା ବାସନା ସଂଯୋଜିତ
ଭ୍ରମରେ ଅମୃତ ମଣିଷ ହୋଇ ଉନ୍ମତ୍ତ ।।
ଇତି ବା କରିବି କେହ୍ନେ ଭାଷା ନାହିଁ ଯଥା
ପ୍ରପଞ୍ଚ ହୋଲି ଖେଳା ଜନ ଗହନ କଥା ।।