ଉଦ୍ ବିଘ୍ନ ଜୀବନ
ଉଦ୍ ବିଘ୍ନ ଜୀବନ
ବିଛାଇ ହୋଇ ପଡ଼ିଚି ମୁଁ
ଅତ୍ର ତତ୍ର ସର୍ବତ୍ର
ସାଉଁଟିବାକୁ ସମୟ କାହିଁ ?
ଏଇ ଫାଙ୍କ ହୀନ ଗହଳି ଭିତରେ
ରାସ୍ତାଘାଟ ଜାମ୍ ,
ତଥାପି ତା ଭିତରୁ ଉଦ୍ ବିଘ୍ନ ମନ ମୋର
ଖୋଜୁଚି ରାହା ଟିକେ ସବୁଠି
ଚାପି ଦେଇ ଭୟ ଓ ଆତଙ୍କର
ଲେଲିହାନ ନିଆଁକୁ
ଜଳି ଜଳି ଅତିକ୍ରାନ୍ତ କରୁଚି
ପାଦେ ପାଦ ଅବିରତ ଚଳି
ହେଲେ ତା ଅନ୍ତ ନାହିଁ
ବ୍ୟସ୍ତ ବିବ୍ରତ ଜୀବନରେ ।