STORYMIRROR

Kshirodra Sahu

Abstract

2  

Kshirodra Sahu

Abstract

ଉଦ୍ ବିଘ୍ନ ଜୀବନ

ଉଦ୍ ବିଘ୍ନ ଜୀବନ

1 min
122

ବିଛାଇ ହୋଇ ପଡ଼ିଚି ମୁଁ

ଅତ୍ର ତତ୍ର ସର୍ବତ୍ର

ସାଉଁଟିବାକୁ ସମୟ କାହିଁ ? 

ଏଇ ଫାଙ୍କ ହୀନ ଗହଳି ଭିତରେ

ରାସ୍ତାଘାଟ ଜାମ୍ , 

ତଥାପି ତା ଭିତରୁ ଉଦ୍ ବିଘ୍ନ ମନ ମୋର

ଖୋଜୁଚି ରାହା ଟିକେ ସବୁଠି

ଚାପି ଦେଇ ଭୟ ଓ ଆତଙ୍କର

ଲେଲିହାନ ନିଆଁକୁ

ଜଳି ଜଳି ଅତିକ୍ରାନ୍ତ କରୁଚି

ପାଦେ ପାଦ ଅବିରତ ଚଳି

ହେଲେ ତା ଅନ୍ତ ନାହିଁ

ବ୍ୟସ୍ତ ବିବ୍ରତ ଜୀବନରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract