କବିତା ଶୀର୍ଷକ - ହାଟ
କବିତା ଶୀର୍ଷକ - ହାଟ

1 min

110
ଏଇ ଦେଖ ହେ !
ଭାରି ବୋଝଟିଏ
ନା ନା ପ୍ରକାରର ସ୍ନେହ ସମ୍ପର୍କର
ସଉଦା କରି ହାଟେ ,
ସୂର୍ଯ୍ୟ ଢଳି ଗଲେଣି ଆପଣାଛାଏଁ
କାନ୍ଧରୁ ଏଯାଏଁ
ଓହ୍ଲାଇନି
ଓଜନରୁ ଓସାସ ହେବା ଯାଏ କାନ୍ଧ ,
ଚାପୁଡ଼ାଏ ଫୋକା ଉଠିଛି
ଘଷାଘଷି ଝାଳରୁ
ଦହଗଞ୍ଜ
ତଥାପି ମଧ୍ୟ ମୁଁ
ଛାଡିନି ସଉଦା
ହାଟେ ବାଟେ ।।