ନିରବ ଝଡ଼ ( କବିତା )
ନିରବ ଝଡ଼ ( କବିତା )


ସମୟର ସୁନେଲି ପାଖୁଡ଼ାରେ
କେତେ କ'ଣ ଭାବନା କଅଁଳିି ଉଠେ
ଜୀବନ ଉପବନେ
ନାମ , ସଂଜ୍ଞା , ରୂପ , ଭେକ , ଭାଷା ଘେନି ।
ବସନ୍ତ ଆସିବା ପୂର୍ବରୁ
ପତ୍ର ଚ୍ୟୁତ ହୁଏ ଗଛରୁ
ଠିକ ଧସେଇ ଆସେ
ସୁଲୁସୁଲୁ ବାଆ ବତାସ ନିିିିରବେ ,
ସେମିତି ମହାକାଳ
ଝଡ଼ ପରି ନିିରବରେ
ଝାଡି ଝୁଡ଼ି ନିିଶ୍ଚିହ୍ନ କରି ପକାଏ
ସମସ୍ତ ବସନ୍ତକୁ ମଣିଷ ଜୀବନର
ରାଜଦୂତ ସାଜି
ଗ୍ରାସି ନିଏ
ଲେଲିହାନ ଜିହ୍ୱାରେ ତା
ବନ , ନଗର , ଜନପଦ ତାଠୁ ଦୂର
ସମ୍ପୂର୍ଣ୍ଣ ଅନ୍ଧାର
ପ୍ରତିଟି ଅବୟବ ଧ୍ୱଂସରେ କବଳିତ
ପ୍ରକୃତିରୁ
ସଂସାରରୁ ପର
ଆଖି ବୁଜି ବୁଜି ।