STORYMIRROR

Kshirodra Sahu

Inspirational

3  

Kshirodra Sahu

Inspirational

ଧନ୍ୟ ହେ ପେଟ !

ଧନ୍ୟ ହେ ପେଟ !

1 min
165

ଧନ୍ୟ ହେ ପେଟ

    ମୋହରି ମହିମା

କଳି ପାରେ କିଏ

    ଅଶେଷ ଗାରିମା ?

ଦିନ ଦିିନ ଖଟେ

    କିଏ ଲଟପଟ

ଦାନା ମୁଠି ପାଇଁ

    ଭରିବାକୁ ପେଟ ।।

ଊଣା ହେଲେ ପଷେ 

     ଜୀବନ ବାହନ 

ଦଣ୍ଡେ  ପାଦ କେବେ 

     ନ କରେ ଚଳନ ।।

ତୁୁମ ପୂର୍ଣ୍ଣତା ରେ 

      ସର୍ବେ ଅତି ବ୍ୟସ୍ତ

ତୁୁମର ପ୍ରୀତ ରେ 

      ପ୍ରୀତଟି ଜଗତ ।।

ଅଭାବ କଷଣ 

     ବୁଝ ନାହିଁ କେବେ

ତୁୁମରି ଚିନ୍ତା ରେ 

     ଆକୁଳିତ ସର୍ବେ ।।

ହୃଦେ କୋହ ଭରି

     ଭିଟାମାଟି ମୋହ

ଛଡ଼ାଇ ଦିଏ ସେ

     ପେଟ ତଳ ଦାହ ।।

ପିିିିନ୍ଧେ କେ କୋୖପୀନ୍ 

     ବାଛି ନେଇ ମଠ 

ଖଟି ଖଟି ପୁଣି

     ସମାପ୍ତ ତା ନାଟ ।।

ଧନ୍ୟ ହେ ପେଟ

     ଅତି ଆପଣାର

ଭିିିଟା ମାଟି ଠାରୁ

     କରିଲ ଅନ୍ତର ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational