ସଫଳତା
ସଫଳତା
1 min
200
ହୃଦୟ ଯାହାର ଫାଟିଗଲେ ସୁଦ୍ଧା
ସଅଳ ପକାଏ ହସି
ତାକୁ ଲୋକେ କହେ ହୃଦୟଧାରୀ ଏ
ପରଶଂସା କରି ବେଶୀ ।।
କେବେ କେବେ ସେହି ଠୋକର ଖାଇଲେ
ଲକ୍ଷ୍ୟକୁ ଛାଡଇ ନାହିଁ
ସବୁ ସହି ସହି ଆଗେଇ ଚାଲଇ
ନିଜ ସଫଳତା ପାଇଁ ।।
ଝୁଣ୍ଟି ପଡ଼ି କେବେ ପୁଣି ଉଠି ଯାଏ
ସାହାସେ ଉଦ୍ୟମ ଭରି
ହତାସ ନ ହୋଇ ଆଶା ପ୍ରଚେଷ୍ଟାରେ
ଧାଏ ତାକୁ ଅନୁୁସରି ।।
ଖୋଜିବା କାମନା ଆଶା ସହ ଚେଷ୍ଟା
ସଦା ସମାନେ ମିିଶ୍ରଣ
କରି ସିିଏ ପ୍ରାପ୍ତ ହୁଏ ସଫଳତା
ସାଜି ସୁନ୍ଦର ଜୀବନ ।।
