STORYMIRROR

Kshirodra Sahu

Classics Others Children

3  

Kshirodra Sahu

Classics Others Children

ଗୋମାତା

ଗୋମାତା

1 min
342

ବିଶ୍ଵ ମଧ୍ୟେ ମାତା ସ୍ଥାନ ପାଏ ଅଗ୍ରେ

ଯା' ନାମ  ପିୟୁଷ ଧାର 

ଯେତେ ପିଉ ଥାଇ ନ ଭରେ ମନରେ

ଆଣେ ନବ ତୃପ୍ତିକର ।।

ଭାରତ ସଂସ୍କୃତି ଅମିତ ସମୃଦ୍ଧି

ଦିବ୍ୟ ପଞ୍ଚ ମାତା ହୋଇ

ଅମିୟ ସେ  ନାମ ଦିବ୍ୟତା ର ଭାବ

ସର୍ବ ହୃଦେ ଵାସ ପାଇ ।।

ଜନ୍ମ ଦାତ୍ରୀ ମାତା ଧାରଣେ ଭୂ ମାତା

ଜ୍ଞାନ ଦାନେ ବେଦ ମାତା

ପବିତ୍ର ଦାୟିନୀ ଚିରସ୍ରୋତା ଗଙ୍ଗା

କଲ୍ୟାଣମୟୀ ଗୋ ମାତା ।।

ସିଦ୍ଧ ପ୍ରାପ୍ତି ହୁଏ ଗୋ ସେବା କରମେ

ହିନ୍ଦୁର ପରମାର୍ଥିକ

ଦେହେ ତା ତେତିଶ କୋଟି ଦେବ ବାସ

ବିଶ୍ଵାସେ ଆମର ଲୋକ ।।

ଧାର୍ମିକତା କାର୍ଯ୍ୟେ ସେ କଲ୍ୟାଣକାରୀ

ପଞ୍ଚ ଗବ୍ୟ ବ୍ୟବହୃତ

ଲୋକଙ୍କର ହୁ ଏ ଅତି  ଆବଶ୍ୟକ

ଦୁଧ ଦହି ଛେନା ଘୃତ ।।

ଦୁଇ ଗୋଟି ଦା ନ ହିନ୍ଦୁ ସମାଜରେ

କଥା ରହିଅଛି ମୂୂଖ୍ୟ

କନ୍ୟା ଦାନ ଏକ ଗୋ ଦାନ ଦ୍ବିତୀୟ

ଲୋକ କରନ୍ତି ସରାଗ ।।

ଗାଈ ସଂରକ୍ଷଣକ ସଙ୍ଗେ ବିବର୍ଦ୍ଧନ 

ଆର୍ଯ୍ୟ ପୁତ୍ର କର୍ମ  ସାର

ଯତନରେ ସିିଏ ଜୀବନରେ  ତାର

ସେବଇ ହର୍ଷ ମନର ।।

ସମୁଦ୍ର ମନ୍ଥନେ କାମଧେନୁ ନାମେ

ହୋଇଥିଲେ ଆବିର୍ଭତା

କାହା ସହ   ଏଣୁ ତୂଳନୀୟ ନୁହଁ

ଉଚ୍ଚ ରେ ତାଙ୍କ ମହତା ।।

ଗୋବର୍ଦ୍ଧନ ଆଦି ଗୋପାଷ୍ଟମୀ ପୂଜା

ତାଙ୍କର ସମ୍ମାନ ଅର୍ଥେ

ବଞ୍ଚି ରହି ଅଛି ସମାନ ମଧ୍ୟରେ

ଆଜି ବି ଭାରତ ବର୍ଷେ ।।    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics