ତଥାପି କହେଁ ମୁହିଁ
ତଥାପି କହେଁ ମୁହିଁ
ଜିର୍ଣ୍ଣ ନଉକାଟିଏ ମୁହିଁ
ଅଗାଧ ବନ୍ୟା ଜଳେ
ଏକୂୂୂୂଳ ସେକୂଳ
ତଡା ଖାଇ ହଇରାଣ
ତଥାପି କହେଁ ମୁହିଁ ମୁହିଁ
ତଥାପି କହେଁ ମୁହିଁ ମୁହିଁ ।
କଳା ଫାଶ ଆସି ମାଡ଼ି ଯିବେ
ଏବେ ବ ହ ଳ ଅନ୍ଧାର ପିିିଠିରେ
ପଞ୍ଚ ପରାଣ ହୁଏ କବଳିତ
କେବେ ମଧ୍ୟ ଯିିବ ଭାଙ୍ଗି
ତଥାପି କହେଁ ମୁହିଁ ମୁହିଁ
ତଥାପି କହେଁ ମୁହିଁ ମୁହିଁ ।
ଜିର୍ଣ୍ଣ ନଉକାର ନାଉରୀ ସେ
ତାହାଙ୍କୁ ଆଶ୍ରୟ କଲେ
ଟଳମଳ ଇଞ୍ଚେ ନୁହେଁ କେବେହେଲେ
ବନ୍ୟା ବାତ୍ୟା ଆସିଗଲେ
ତାହାଙ୍କୁ ନ ଜାଣି କହେଁ ମୁହିଁ ମୁହିଁ
ମୋଠୁ ଆଉ କେହି ଅଜ୍ଞାନ ପାମର
ନାହିଁ ଏ ସଂସାର ।।