STORYMIRROR

Kalandi pal

Inspirational

4  

Kalandi pal

Inspirational

ତୁମେ ଏକା ଜାଣ ସତ

ତୁମେ ଏକା ଜାଣ ସତ

1 min
356


ଯା ନାମ ତୁଣ୍ଡରେ ଧରି ଦେଲେ ଥରେ

     ପବିତ୍ର ହୁଏ ଏ ଗାତ୍ର

ଯା ରୂପକୁ ଥରେ   ଦର୍ଶନ କରିଲେ

     ପବିତ୍ର ଏ ଚର୍ମ ନେତ୍ର

   ତୁମେ, ଏକା ପ୍ରଭୁ ଜଗନ୍ନାଥ।0।


ଗ୍ରୀଷ୍ମ ବର୍ଷା ଶୀତ   ଯା ଅଙ୍ଗୁ ସମ୍ଭୂତ

     ଜଳ ସ୍ଥଳ ବନ ଗିରି

ଯାହାଙ୍କ ନିର୍ଦ୍ଦେଶେ  ଏ ଦୁନିଆଁ ହସେ

      ଯିଏ ଜଗତର ଶିରି

 ସଦା ଯେ ପବିତ୍ର ଜାଣେ ଏ ଜଗତ

 ଅପବିତ୍ର କେବେ ଛୁଏଁନା ଯା ଗାତ୍ର

     ସେ କି ହୁଏ ଅପବିତ୍ର ।୧।


ଜେଷ୍ଠ ପୂର୍ଣ୍ଣମୀରେ ସ୍ନାହାନ ବେଦିରେ

     ବସି କରୁଛନ୍ତି ସ୍ନାନ

ଯା ଆଦେଶ ବିନା ପତ୍ରଟେ ଝଡେନା

     କରନ୍ତି ପୁଣି ଶୟନ

 ଏହି କି ବିଚିତ୍ର    ନୀତି ଜଗନ୍ନାଥ  ମାନବିୟ ଲୀଳା ଖେଳା ପାଇଁ ବ୍ୟସ୍ତ

     ତୁମେ ଏକା ଜାଣ ସତ।୨।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational